ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ରାଇରଙ୍ଗପୁର ସହର ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଜିଲ୍ଲାର ଅଧିକାଂଶ ଛୋଟବଡ ସହରରେ ବାଇପାସ୍ ନିର୍ମାଣ କରାଯାଇଥିବା ବେଳେ ରାଇରଙ୍ଗପୁର ସହର ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ବାଇପାସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବାଇପାସ୍ ନିର୍ମାଣ ପାଇଁ ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ଶିଳାନ୍ୟାସ ହୋଇଥିଲା। ୨୦୨୪ ମସିହା ଅଗଷ୍ଟ ମାସରେ ବାଇପାସ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା କିନ୍ତୁ ପରେ ପ୍ରଶାସନ ନିରବ।ଜମି ବିବାଦକୁ ଏନ୍ ଏଚ୍ ଏ ଆଇ ପକ୍ଷରୁ ଜମି ମାଲିକଙ୍କୁ ବହୁତ୍ କମ୍ ଟଙ୍କା ଦେଉଥିବାରୁ ଜମି ଅଧିଗ୍ରହଣ ହୋଇ ପାରିନାହିଁ।
ଅଧିକାଂଶ ବିଦ୍ୟାଳୟ ଓ କଲେଜ ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ବିପଦଜନକ ଭାବେ ରାସ୍ତା ପାରିହେବା ସହିତ ଯିବାଆସିବା କରିଥାନ୍ତି। ଫଳରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି। ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାଘାଟି ପେଟ୍ରୋଲ ପମ୍ପଠାରୁ ଭାଲୁବସା ପର୍ଯ୍ୟନ୍ତ ଏବଂ ପୁରୁଣାପାଣି ନିକଟରେ ପ୍ରତ୍ୟେକ ଦିନ ଶତାଧିକ ଲୁହାପଥର ବଝେଇ ଟ୍ରକ୍ ରାସ୍ତା ଉପରେ ଛିଡା ହୋଇଥାଏ। କୌଣସି ଟ୍ରକ୍ ପାର୍କିିଂ ଲାଇଟ୍ ଜଳାଉ ନଥିବାରୁ ରାତ୍ରୀ ସମୟରେ ପଥଚାରୀ ମାନେ ଜାଣି ନପାରି ଟ୍ରକକୁ ଧକ୍କା ଦେଇଥାନ୍ତି।
ଗତ ୬ ମାସ ମଧ୍ୟରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି। ଏହାବ୍ୟତିତ ଦିନ ସମୟରେ ମଧ୍ୟ ଭାରିଯାନ ଗୁଡିକ କିଛି ସ୍ଥାନରେ ଧାଡି ବାନ୍ଧି ଛିଡ଼ା ହେଉଥିବାରୁ ଅନ୍ୟ ଯାନ ଉକ୍ତ ରାସ୍ତାଦେଇ ପାରହେଉଥିବା ସମୟରେ ଯାନ ଗୁଡିକ ଯିବା ଆସିବା କରିବାରେ ଅସୁବିଧା ହୋଇଥାଏ। ଭାଲୁବସା ଓ ପୁରୁଣାପାଣିଠାରେ ରାଇରଙ୍ଗପୁର ଟାଉନ ଥାନା ପକ୍ଷରୁ ଜଣେ ଲେଖାଁଏ ହୋର୍ମଗାର୍ଡ ନିୟଜିତ କରାଯାଇଥିଲେ ମଧ୍ୟ ତାହାକୁ ବିରୋଧ କରନ୍ତି ନାହିଁ। ନୋ ପାର୍କିଂ ଜୋନରେ ଦୀର୍ଘ ସମୟ ଧରି ଶତାଧିକ ଯାନ ଗୁଡ଼ିକ ବେଆଇନ୍ ଭାବେ ଛିଡା ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ପରିବହନ ବିଭାଗ ପକ୍ଷରୁ କୌଣସି ଚାଲାଣ ମଧ୍ୟ କଟା ଯାଉନଥିବାରୁ ବୁଦ୍ଧିଜିବୀ ମହଲରେ ନାନା ପ୍ରଶ୍ନ ଉଠୁଛି।
ତେବେ ଗତ ଏକ ମାସ ହେବ ଉକ୍ତ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ ଦୂର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଏହା ବ୍ୟତିତ ଦିନବେଳା ଲୁହାପଥର ଟ୍ରକ୍ ଗୁଡିକ ସହର ଦେଇ ଯିବା ଆସିବା କରୁଥିବାରୁ ଘଣ୍ଟାଘଣ୍ଟା ଧରି ସହରରେ ଅଂଚଳବାସୀ ଯାତାୟତ କରିବାକୁ ଭୟ କରୁଛନ୍ତି। ତେବେ କେବେ ବାଇପାସ୍ ନିର୍ମାଣ ହେଲେ ଦୁର୍ଘଟଣା ସଂଖ୍ୟା ବହୁ ପରିମାଣରେ କମିବା ଆଶଙ୍କା କରାଯାଉଛି। କେବେ ବାଇପାସ୍ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା! ସ୍ଥାନୀୟ ପୁଲିସ୍ ଓ ପରିବହନ ବିଭାଗ ଲୁହାପଥର ଟ୍ର।ସ୍ସପୋର୍ଟ ମାଲିକଙ୍କ ସହିତ ମଧୁ ଚନ୍ଦ୍ରିକା ଚାଲିଥିବାରୁ କୌଣସି କାର୍ଯନୁଷ୍ଠାନ ଗ୍ରହଣ କରାଯାଉନଥିବା ଚର୍ଚ୍ଚା ହେଉଛି।
Accident