ଚୀନ-ଭାରତ ସୀମାରେ ସହିଦ ହେଲେ ୨ ଓଡ଼ିଆ ପୁଅ

ଫୁଲବାଣୀ/ବାରିପଦା: ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ୍ ଉପତ୍ୟକା ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଯୋଗୁଁ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ପୁଅ ଥିବାର ଜଣାପଡିଛି | ପ୍ରଥମ ଯବାନଙ୍କ ନାମ ଚନ୍ଦ୍ରକାନ୍ତ ପ୍ରଧାନ ହୋଇଥିବାବେଳେ ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିୟରପାଙ୍ଗା ବୋଲି ଜଣାପଡିଛି | ଚନ୍ଦ୍ରକାନ୍ତ ସହିଦ ହୋଇଥିବା ଜଣାପଡ଼ିବା ପରେ ତାଙ୍କ ପରିବାରରେ ଏବେ ଶୋକର ଲହରୀ ଖେଳିଯାଇଛି |

ଆଉ ଜଣେ ଯବାନଙ୍କ ନାମ ନନ୍ଦୁରାମ ସୋରେନ ହୋଇଥିବାବେଳେ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଜାତଲା ବ୍ଲକରେ ବୋଲି ଜଣାପଡିଛି | ନନ୍ଦୁରାମ ସୁବେଦାର ଥିବାବେଳେ ତାଙ୍କ ପରିବାର ଓ ଗ୍ରାମବାସୀ ମଧ୍ୟ ଦୁଃଖରେ ଭାଙ୍ଗିପଡିଛନ୍ତି |

ଏଠାରେ ସୂଚନା ଥାଉ କି ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ଭାରତୀୟ ‌ସେନା ଏହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି। ଭାରତ ପକ୍ଷରୁ କୁହାଯାଇଛି ଯେ ଚୀନର ୪୩ ଜଣ ସୈନିକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର