ହଳଦିଆ ଜଙ୍ଗଲରେ ୨୭ଟିକିଆ ହାତୀପଲ, ଲୋକେ ଭୟଭୀତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା ସିଙ୍ଗଡା ସେକସନର ହଳଦିଆ ଜଙ୍ଗଲରେ ୨୭ଟିକିଆ ହାତୀପଲ ପହଞ୍ଚିଥିବାର ଖବର ମିଳିଛି। ଏହି ହାତୀପଲ ଗାଁ ମୁହାଁ ହେଉଥିବାର ଖବର ପାଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗାଁରେ ଲୋକେ ଘର ବାହାରକୁ ବାହାରୁନାହାନ୍ତି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଉଖୁଣ୍ଡା ସେକସନରୁ ୨୭ଟିକିଆ ହାତୀପଲ ହଳଦିଆ ଗାଁ ମୁହାଁ ହୋଇଛନ୍ତି। ଗାଁରେ ବନ ବିଭାଗର କର୍ମଚାରୀ ପହଞ୍ଚି  ହାତୀ ଘଉଡ଼ାଇବା ଲାଗି ଉଦ୍ୟମ କରୁଥିବା ଜଣାଯାଇଛି। ୭ ଦିନ ତଳେ ହାତୀପଲଙ୍କୁ ଘଉଡ଼ାଇଥିଲେ ବନ କର୍ମଚାରୀ।

ସମ୍ବନ୍ଧିତ ଖବର