ଶିମିଳିପାଳରୁ ପୁଣି ୩ ଶିକାରୀ ଗିରଫ    

୩ ଧନୁ, ୧୪ ତୀର ଜବତ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ। ବାରିପଦା ବନଖଣ୍ଡ ଡୁକୁରା ରେଞ୍ଜ ଡିଗିଡିଗା ସେକ୍‌ସନର ବେସରପାଣି ଗ୍ରାମ ନିକଟରୁ ବନ କର୍ମଚାରୀମାନେ ପୁଣି ୩ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ଗାଁର ବାଙ୍କସାହିର ସବାନ୍‌ ମାର୍ଣ୍ଡି(୫୬), ମଙ୍ଗଲା ମାଝି(୫୪) ଓ ରୁହ୍ୟା ମୁର୍ମୁ(୫୮)। ସଂପୃକ୍ତ ଶିକାରୀମାନେ ଆଜି ସକାଳେ ବନ୍ୟଜନ୍ତୁ ଶିକାର ନିମନ୍ତେ ଶିମିଳିପାଳକୁ ପ୍ରବେଶ କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କ ହାବୁଡରେ ପଡିଥିଲେ। ସେମାନଙ୍କ ନିକଟରୁ ୩ ଟି ଧନୁ ଓ ୧୪ ଟି ତୀର ଜବତ ହୋଇଛି। ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ପୃଥକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର