୩ ନାବାଳିକା ଅପହରଣକାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌

ବାରିପଦା : ଆଜି ବାରିପଦା ସିଜେଏମ୍‌ କୋର୍ଟ ଏକ ନାବାଳିକା ଅପହରଣ ମାମଲାର ବିଚାର କରି ୩ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏ ଜେଲ୍‌ ଦଣ୍ଡାଦେଶ ସହିତ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦେୟ ରହିଲେ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଗତ ୨୦୧୪ ମସିହା ଜୁନ୍‌ ୨୯ ତାରିଖରେ ବାଲିଆପାଳ ଅଞ୍ଚଳର ଜଣେ ନାବାଳିକା ଜଗତବନ୍ଧୁ ବସ୍‌ ଯୋଗେ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ଶିର୍ଷାପାଳ ଛକରୁ ନିଜ ଘରକୁ ଫେରୁଥିଲା। ଏହି ବସ୍‌ରେ ଉକ୍ତ ନାବାଳିକା ସହିତ ତା’ର ଜଣେ ସଂପର୍କୀୟ ଯୁବକ ମୋରଡ଼ା ଥାନା ଅନ୍ତର୍ଗତ ହଳିଦିପାଳ ଗାଁର ଲକ୍ଷ୍ମଣ ଦଳେଇ (୨୦) ମଧ୍ୟ ଯାତ୍ରା କରୁଥିଲେ। ତେବେ ଲକ୍ଷ୍ମଣ କୌଶଳ କରି ବାଛୁରୀପାଳ ଛକ ନିକଟରେ ନାବାଳିକାକୁ ବସ୍‌ରୁ ଓହ୍ଲାଇଦେବା ସହ ଦୁଇ ସାଙ୍ଗ ମୋରଡ଼ା ଥାନା ଅନ୍ତର୍ଗତ ହଳଦିପାଳ ଗାଁର ଶ୍ରୀକୃଷ୍ଣ ମହାନ୍ତ (୨୦) ଏବଂ ଚିତ୍ରଡା ଗାଁର ବୁଦୁନ୍‌ ମହାନ୍ତ (୨୧)ଙ୍କ ସହଯୋଗରେ ତାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର