ମୟୂରଭଂଜ: ସପ୍ତମ ଶ୍ରେଣୀର ୩ ଛାତ୍ରୀଙ୍କୁ ଅସଦାଚରଣ କଲେ ଗୁରୁ!, ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରି ଲଣ୍ଡା କଲେ ଲୋକେ

ବାରିପଦା: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଶିକ୍ଷକସମାଜ ପାଇଁ କଳଙ୍କ ସାଜିଲେ ପ୍ରଧାନଶିକ୍ଷକ। ପାଠ ପଢ଼ାଇବା ଆଢୁଆଳରେ ପ୍ରଧାନଶିକ୍ଷକ ଅସଦାଚରଣ କରିଛନ୍ତି। ଗୁରୁ ହୋଇ ଅଭିଭାବକ ଓ ସରଳ, ନିରୀହ ଛାତ୍ରୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି। ମୟୂରଭଂଜ ଜିଲ୍ଲାର ମୋରଡ଼ା ଥାନା ଅଂଚଳରେ ଜଣେ ପ୍ରଧାନଶିକ୍ଷକ ୭ମ ଶ୍ରେଣୀର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଂଚଳରେ ଏହି ଘଟଣା ପ୍ରଚାର ହେବା ପରେ ଉତ୍ତେଜିତ ଲୋକେ ଘଟଣା ସହିତ ସଂପୃକ୍ତ ଥିବା ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପ୍ରଧାନଶିକ୍ଷକଙ୍କୁ ଲୋକେ ଲଣ୍ଡା କରି ଦେଇଛନ୍ତି।

ରିପୋର୍ଟ ଅନୁସାରେ ମୋରାଡ଼ା ବ୍ଲକ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଏହି ଅଭାବନୀୟ ଘଟଣା ୩ ଦିନ ତଳେ ଘଟିଛି। ଥାନାରେ ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ୩ ଜଣ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିଛନ୍ତି। ଘଟଣାର ଶିକାର ହେବା ପରେ ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ଅଭିଯୁକ୍ତ ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ମୁଣ୍ଡବିନ୍ଧା ହେଉଥିବା ଦର୍ଶାଇ ସ୍କୁଲକୁ ଆସୁ ନାହାନ୍ତି ଏବଂ ସେ ଜଣେ ଶିକ୍ଷୟତ୍ରୀଙ୍କୁ ଫୋନ୍‌ ମାଧ୍ୟମରେ ନିଜର ଦାୟିତ୍ୱ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ବିରୋଧ କରାଯାଇଛି।

ସମ୍ବନ୍ଧିତ ଖବର