କରଞ୍ଜିଆ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଣୀତୀର୍ଥ, କରଞିଆ ଠାରେ ପ୍ରାଦେଶିକ ଖେଳକୁଦ ସମାରୋହ ଉଦ୍ ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜଳ ସମ୍ପଦ ଓ ଜନଜାତି ବିଭାଗର କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁ ଯୋଗଦାନ କରି କ୍ରୀଡ଼ା ଜ୍ୟୋତି ପ୍ରଜ୍ବଳନ ପୂର୍ବକ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ପୂର୍ବ କ୍ଷେତ୍ର ଅଧ୍ୟକ୍ଷ ଡା. ଲକ୍ଷ୍ମୀକାନ୍ତ ମହାରଣା ଯୋଗଦାନ କରି ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Advertisment

publive-image

ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସଂଗଠନ ମନ୍ତ୍ରୀ ତାରକଦାସ୍ ସରକାର ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ନିଷ୍ଠାପର ସହକାରେ ଖେଳିବାକୁ ପ୍ରେରଣା ଯୋଗାଇ ଥିଲେ। ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଈଶ୍ୱର କୁମାର ମହାନ୍ତ, ସଭାପତି ଦିଲ୍ଲୀପ କୁମାର ପୃଷ୍ଟି , କରଞିଆ ସଂକୁଳ ପ୍ରମୁଖ ପାର୍ଥ ସାରଥୀ ପାତ୍ରଙ୍କ ସମେତ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା,ଶୁଭେଚ୍ଛୁ ଅଭିଭାବକ ଅଭିଭାବିକା ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହଯୋଗ କରିଥିଲେ। ତିନି ଦିନ ବ୍ୟାପୀ ଏହା ଅନୁଷ୍ଠିତ ହେଉଛି।