ବାରିପଦା : ବାରିପଦା ଟାଉନ୍ ଥାନାରେ ୩ଜଣ ସବ୍-ଇନ୍ସପେକ୍ଟରଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଅଧିକାରୀ ଏବଂ କର୍ମଚାରୀ ସାମିଲ ଅଛନ୍ତି ।
ଏଥିପାଇଁ ଥାନାକୁ ବିଶୋଧନ କରାଯିବା ସହିତ ସାଧାରଣ ଲୋକଙ୍କ ନିକଟରୁ ଅଭିଯୋଗକୁ ଥାନା ବାହାରୁ ଗ୍ରହଣ କରାଯାଉଥିବା ଜଣାପଡ଼ିଛି । ଜିଲ୍ଲାର ଏକାଧିକ ଥାନାରେ କରୋନା ଯୋଦ୍ଧାମାନେ ସଂକ୍ରମିତ ହେବା ଚିନ୍ତା ବଢ଼ଉଛି । ସେହିପରି ବାରିପଦାସ୍ଥିତ ପୁଲିସ୍ ବାରାକକୁ ମଧ୍ୟ ୧୦ରୁ ଅଧିକ ପୁଲିସ୍ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ୫ମ ବାଟାଲିୟନରେ ମଧ୍ୟ କରୋନା ଏହାର ଉପସ୍ଥିତି ଜାହିର କରିସାରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/baripada-town-police.jpg)