ବାରିପଦା : ମୟୁରଭଞ୍ଜ ଜିଲ୍ଲା ରୋରୁଁଆ ଥାନା ଅନ୍ତର୍ଗତ ଫୁଲଗୁନ୍ଥା ନିକଟରେ ଆଜି ହୋଇଥିବା ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ମୃତକ ତିନି ଜଣ ଏକ ସ୍କୁଟି ଯୋଗେ କରଞ୍ଜିଆ ମେଡିକାଲ ଆସୁଥିଲେ । ହେଲେ ଫୁଲଗୁନ୍ଥା ନିକଟରେ ଏକ ଟ୍ରଲର ଧକ୍କା ଦେବାରୁ ତିନିଜଣ ଯାକ ଟ୍ରଲର ଚକା ତଳେ ଚାପି ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କଲା ବେଳକୁ ଜଣକର ମୃତ୍ୟୁ ହୋଇସାରିଥିଲା ଓ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତରଖାନାରେ ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତକମାନେ ହେଲେ ଛୁଟୁନ ମୁଣ୍ଡା,(୪୦)ସୁରସିଂ ମୁଣ୍ଡା (୬୦)ଓ ଗୁରୁଚରଣ ମୁଣ୍ଡା(୩୦)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/mayurbhanja-accident-20_Thumb.jpg)