ମୟୁରଭଞ୍ଜର ରୋରୁଁଆ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା, ୩ ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରୋରୁଁଆ ଥାନା ଅନ୍ତର୍ଗତ ଫୁଲଗୁନ୍ଥା ନିକଟରେ ଆଜି ହୋଇଥିବା ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ତିନି ଜଣ ଏକ ସ୍କୁଟି ଯୋଗେ କରଞ୍ଜିଆ ମେଡିକାଲ ଆସୁଥିଲେ । ହେଲେ ଫୁଲଗୁନ୍ଥା ନିକଟରେ ଏକ ଟ୍ରଲର ଧକ୍କା ଦେବାରୁ ତିନିଜଣ ଯାକ ଟ୍ରଲର ଚକା ତଳେ ଚାପି ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କଲା ବେଳକୁ ଜଣକର ମୃତ୍ୟୁ ହୋଇସାରିଥିଲା ଓ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା  । ଡାକ୍ତରଖାନାରେ ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତକମାନେ ହେଲେ ଛୁଟୁନ ମୁଣ୍ଡା,(୪୦)ସୁରସିଂ ମୁଣ୍ଡା (୬୦)ଓ ଗୁରୁଚରଣ ମୁଣ୍ଡା(୩୦)।

ସମ୍ବନ୍ଧିତ ଖବର