‘ଜାଗ ମୟୂରଭଞ୍ଜ ଜାଗ’ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଗ୍ରାମବାସୀ

ବାରିପଦା : ଦ୍ବୀପତଳ ଅନ୍ଧାର। ବାରିପଦା ପୌରାଞ୍ଚଳ ନିକଟରେ ଥାଇ ମଧ୍ୟ ପୌରପରିଷଦ ବାସିନ୍ଦା ହୋଇପାରିଲେନି। ସେହିପରି ଶ୍ୟାମାଖୁଣ୍ଟା ବ୍ଲକ୍‌ରୁ ମଧ୍ୟ କିଛି ସୁବିଧା ମିଳିପାରୁନାହିଁ। ଏପରିକି ଗାଁଠାରୁ ପଞ୍ଚାୟତ ଦୂରତା ହେଉଛି ୧୫ କିମି। ଏଣୁ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନାହିଁ। ଏନେଇ ଆଜି ସାମାଜିକ ଅନୁଷ୍ଠାନ ‘ଜାଗ ମୟୂରଭଞ୍ଜ ଜାଗ’ ନେତୃତ୍ବରେ ସ୍ଥାନୀୟ ଚିପଟଅସ୍ତିଆ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଝୋଟି, ଚିତା ପକେଇ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର (ଜମି ପଟ୍ଟା)ତୁରନ୍ତ ପ୍ରଦାନ କରିବା, ସ୍ବଚ୍ଛ ଭାରତ ମିସନରେ ଆସୁଥିବା ପାଇଖାନା ପ୍ରଦାନ, ଗ୍ରାମ ଠାରୁ ପଞ୍ଚାୟତ ଅଫିସ ଦୂରତା ପ୍ରାୟ ୧୫ କି:ମି ଦୂରତା ଆମେ ରାସନ କିମ୍ବା ଭତ୍ତା ଆଣିବା ପାଇଁ ଗାଡି ଭଡ଼ାକରି ଯାଉଥିବାରୁ ତାହା ନିଜ ଗ୍ରାମରେ ଯୋଗାଇବାର ବ୍ୟବସ୍ଥା କରିବା, ମନରେଗାରେ କାମ ଯୋଗାଇଦେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ଚିପଟଅସ୍ତିଆ ଗ୍ରାମକୁ ବାରିପଦା ପୌରପାଳିକାରେ ସାମିଲ କରିବା ମଧ୍ୟ ଦାବି ହୋଇଥିଲା। ଦିବ୍ୟାଙ୍ଗ ସଂଘ ସଭାପତି ତଥା “ଜାଗ ମୟୁରଭଞ୍ଜ ଜାଗ”ର ଉପଦେଷ୍ଟା ଅରୁଣ କୁମାର ବେହେରାଙ୍କ ନେତୃତ୍ୱରେ ଚିପଟଅସ୍ତିଆ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆସନ୍ତା ୧୫ ଦିନ ମଧ୍ୟରେ ଦାବିସମୂହର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଗ୍ରାମବାସୀ ଏହି ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହୋଇନଥିଲେ। ତୁରୁନ୍ତ ସମାଧାନ ଦାବିକରି ଧାରଣା ଜାରିରଖିଛନ୍ତି। ସମାଧାନ ନହେବା ପଯ୍ୟନ୍ତ ଏହି ଧାରଣା ଜାରିରହିବ ବୋଲି ଜଣାପଡ଼ିଛି। ଏହି ଅବସରରେ ସୋନାଲି ପ୍ରିୟଦର୍ଶିନୀ ବେହେରା, ଜାନକୀ ରାୟ,ଚୁମକି ବେହେରା, ବାସନ୍ତୀ ନାୟକ,ଭାରତୀ ସାହୁ,ମମତା ଚୌଧରି,ସୋମନାଥ ପଳେଇ,ମନୋରମା ଚୌଧୁରୀ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ପୁରୁଷ ସାମିଲ ଥିଲେ।

ସମ୍ବନ୍ଧିତ ଖବର