ରାସ୍ତା ତଳକୁ ଓଲଟିଲା ଆମ୍ବୁଲାନ୍‌ସ: ଚାଳକଙ୍କ ସମେତ ୩ ଆହତ

ଚିତ୍ରଡ଼ା: ଏକ ୧୦୮ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅଧୀନ ଦାନ୍ତିଆମୁହାଁ-ଚିତ୍ରଡା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ପାରିଆଉଡ଼ା-ଡାଙ୍ଗରବିଲା ମଧ୍ୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି।

ସୋମବାର ବିଳମ୍ବିତ ରାତିରେ ଓଡି-୦୨-ବି-ଜେ-୯୬୩୮ ନମ୍ବରର ଉକ୍ତ ଆମ୍ବୁଲାନ୍‌ସଟି ବାରିପଦା ଡାକ୍ତରଖାନାରେ ରୋଗୀ ଛାଡ଼ି ‌କୋଷ୍ଠା ଡାକ୍ତରଖାନା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ଆମ୍ବୁଲାନ୍‌ସ ଡ୍ରାଇଭର ରଣଜିତ କୁମାର ମହାନ୍ତଙ୍କ ସହ ଫାର୍ମାସିଷ୍ଟ ଜ୍ଞାନରଞ୍ଜନ ପାତ୍ର ଏବଂ ଆଟେଣ୍ଡାଣ୍ଟ ସତ୍ୟବ୍ରତ ବାରିକ ଆହତ ହୋଇଛନ୍ତି। ତେବେ ଆମ୍ବୁଲାନ୍‌ସଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣା ପଡ଼ିନାହିଁ। ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର