ବାରିପଦା: ମୟୁରଭଞ୍ଜ ଜିଲ୍ଲାର କୁଲିଅଣା ଥାନା ଅନ୍ତର୍ଗତ କୁଚେଇ ରୋଡ଼ରେ ଶୁକ୍ରବାର ରାତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାରିପଦାରୁ ବାହାରି ଥିବା ଏକ ଯାତ୍ରୀ ବସ ଓଲଟି ପଡ଼ିବାରୁ ଜଣେ ୬ ମାସର ଶିଶୁ ସମେତ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2018/10/bpd3-300x169.jpg)
ସୂଚନା ଅନୁସାରେ ଖୁସି ଟ୍ରାଭେଲ (ଓଡ଼ି ୧୧ଜି ୦୨୪୧) ବାରିପଦାରୁ ସୁନ୍ଦରଗଡ଼ ଯାଉଥିଲା। ରିପୋର୍ଟ ଲେଖାଯିବା ବେଳକୁ ଦୁଇ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।
/sambad/media/post_attachments/wp-content/uploads/2018/10/bpd2-300x225.jpg)
ରିପୋର୍ଟ ଅନୁସାରେ କରଣକଡ଼ା ଗାଁର ୬ ମାସର ଜଣେ ଶିଶୁ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଘାଗରବେଡା ଥାନା ଅନ୍ତର୍ଗତ ସଦରସାହି ଗ୍ରାମର ଗୟାମତୀ ଉଦିଆଳି (୫୦), ମିରଜା ମୁସ୍ତାକ (୪୦), ଈଶ୍ୱର କୁଜୁର (୩୫), ରଘୁନାଥ ପାତ୍ର (୩୦), ସୁଦୀପ୍ତ କୁଜୁର (୩୨), ସୁରଥ ସେଠୀ (୩୦), ଶୁଭେନ୍ଦୁ କୁମାର ମହାନ୍ତ, ବଳରାମ ମହାନ୍ତ, ବିଜୟ କୁମାର ମହାନ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରୁଛି।
/sambad/media/post_attachments/wp-content/uploads/2018/10/bpd4-300x169.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/bpd1.jpg)
