ବୈଶିଙ୍ଗା: ଦଶହରାରେ ଧରା ପୃଷ୍ଠକୁ ଆଭିର୍ଭାବ ହୋଇ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା ଜଗତ ଜନନୀ ମା’ ଦୁର୍ଗା। ଏହି କ୍ରମରେ ମୟୂରଭଞ୍ଜଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହର ଠାରୁ ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ମହା ଆଡମ୍ବରରେ ପାଳନ କରାଯାଉଛି l 

Advertisment

ତେବେ ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସନାତନ ବିଜୁଳି ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନର ଶୁଭେଚ୍ଛା ଜଣାଇଛନ୍ତିl ମୁଖ୍ୟତଃ ବେତନଟୀ ବ୍ଲକ ଅଧୀନ ତଥା ବେତନଟୀ ବଜାରସ୍ଥିତ ୨୭ ବର୍ଷର ବଙ୍ଗଳା ଛକ ପୂଜା ମଣ୍ଡପ, ୮୨ବର୍ଷ ପୁରୁଣା ବସଷ୍ଟାଣ୍ଡ ପୂଜା ମଣ୍ଡପ, ୧୯ବର୍ଷ ପୁରୁଣା କଙ୍କାକାଳିଆ ପୂଜା ମଣ୍ଡପ, ବୈଶିଙ୍ଗା ପୂଜା ମଣ୍ଡପ, ବଡ଼ସାହି ବ୍ଲକ ଅଧୀନ ବଡ଼ସାହି ଓ ୮୧ ବର୍ଷୀୟ ତାଳପଦା ପୂଜା ମଣ୍ଡପରେ ପହଞ୍ଚି ଦୁର୍ଗା ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି l ଏହି ସମୟରେ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତିଙ୍କ ସମେତ ଶତାଧିକ ସମର୍ଥକ  ପ୍ରମୁଖ ଉପସ୍ଥିତ ରହିଥିଲେl 

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସନାତନ ବିଜୁଳି ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରି ଅଞ୍ଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନର ଶୁଭେଚ୍ଛା ଜଣାଇଛନ୍ତିl ମୁଖ୍ୟତଃ ବେତନଟୀ ବ୍ଲକ ଅଧୀନ ତଥା ବେତନଟୀ ବଜାରସ୍ଥିତ ୨୭ ବର୍ଷର ବଙ୍ଗଳା ଛକ ପୂଜା ମଣ୍ଡପ, ୮୨ବର୍ଷ ପୁରୁଣା ବସଷ୍ଟାଣ୍ଡ ପୂଜା ମଣ୍ଡପ, ୧୯ବର୍ଷ ପୁରୁଣା କଙ୍କାକାଳିଆ ପୂଜା ମଣ୍ଡପ, ବୈଶିଙ୍ଗା ପୂଜା ମଣ୍ଡପ, ବଡ଼ସାହି ବ୍ଲକ ଅଧୀନ ବଡ଼ସାହି ଓ ୮୧ ବର୍ଷୀୟ ତାଳପଦା ପୂଜା ମଣ୍ଡପରେ ପହଞ୍ଚି ଦୁର୍ଗା ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତିl

ତେବେ ସବୁଠୁଁ  ଆକର୍ଷଣୀୟ ଥିଲା ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ମେଢ଼ ବୁଲି ଦେଖିବା ସହିତ ତାଳପଦା ପୂଜା ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇଛନ୍ତିl ତେବେ ସୁଦୂର କଟକରୁ ଆସିଥିବା ସୁବାସ ଦାସଙ୍କ ମେଲୋଡି ଟିମର ମ୍ୟୁଜିକର ତାଳେ ତାଳେ ବିଧାୟକ ପ୍ରାୟ ୧୦ରୁ ଅଧିକ ନୂଆ ପୁରୁଣା ଗୀତ ଗାଇ ବେସ ପ୍ରଶଂସା ସାଉଁଟିଛନ୍ତିl

Mayurbhanj