ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ପଡ଼ିଆଠାରେ ଚାଲିଥିବା ବୈଶିଙ୍ଗା ମହୋତ୍ସବ-୨୦୨୫ ମଙ୍ଗଳବାର ରାତିରେ ଉଦ୍ଯାପିତ ହୋଇଯାଇଛିl ଉଦ୍ଯାପନୀ ଦିସବ ଅବସରରେ ସୁନାମଧନ୍ୟ ବର୍ଣ୍ଣାଳୀ ହୋତାଙ୍କ କଣ୍ଠରୁ ରଙ୍ଗବତୀ ଗୀତ ଝରି ପଡ଼ିଥିଲା। ବର୍ଣ୍ଣାଳୀଙ୍କ କଣ୍ଠରୁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଏହି ଲୋକଗୀତ ତାଳରେ ଦର୍ଶକ ଝୁମି ଉଠିଥିଲେl
ଓଡ଼ିଶାର ଖ୍ୟାତି ସମ୍ପନ୍ନ ଗାୟକ ଜେମ୍ସଙ୍କ ଗୀତ ଦର୍ଶକଙ୍କ ମନ ମୋହିଥିଲାl ତେବେ ଆଖପାଖ ଅଞ୍ଚଳରୁ ଆସିଥିବା ଶହସ୍ରାଧିକ ସ୍ରୋତାଙ୍କ ଭିଡ ଜମିଥିଲା ମଞ୍ଚ ସମ୍ମୁଖରେl ମହୋତ୍ସବ ସଂଯୋଜକ ତଥା କମିଟି ସମ୍ପାଦକ ସତ୍ୟପ୍ରକାଶ ପ୍ରଧାନଙ୍କ ପରିଚାଳନାରେ ଉଦ୍ଯାପନୀ ଉତ୍ସବ ହୋଇଥିଲାl
/sambad/media/media_files/2025/01/08/whatsapp-image-210223.jpeg)
ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟଅତିଥି, ବେତନଟୀ ରେଞ୍ଜର ମନୁୱାର ଖାନ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ, ବିଇଓ ବିପ୍ଳବ କର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ l ଶେଷରେ ସମ୍ପାଦକ ସତ୍ୟପ୍ରକାଶ ପ୍ରଧାନ ଆଗାମୀ ବର୍ଷରେ ପୁଣି ଥରେ ଏହି ପଡ଼ିଆରେ ୪ର୍ଥ ବୈଶିଙ୍ଗା ମହୋତ୍ସବର ସଫଳତାକୁ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେl ତେବେ ମହୋତ୍ସବର ଉଦଯାପନୀ ଉତ୍ସବରେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/08/89c5434e-1fb4-4fd6-b08e-cc218680e568.jpg)