ବୈଶିଙ୍ଗା: ବୈଶିଙ୍ଗାର ମାଟି ହେଉଛି କଳା ସଂସ୍କୃତିର ମାଟି, ଯାହା ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖୁଛି। ଆଉ ଏହାକୁ ବଳବତ୍ତର ରଖିବା ପାଇଁ ବୈଶିଙ୍ଗା ମହୋତ୍ସବ ଏକ ନିଆରା ପ୍ରୟାସ ତଥା ଏହି ମହୋତ୍ସବ ଏହି ଅଞ୍ଚଳ ମାଟିର କଥା କୁହେ ବୋଲି ଆଜିର ୩ୟ ବାର୍ଷିକ ବୈଶିଙ୍ଗା ମହୋତ୍ସବ ଉଦଘାଟନ ଉତ୍ସବରେ ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ ଆରମ୍ଭରେ ଜାନୁଆରି ୨ତାରିଖରୁ ବୈଶିଙ୍ଗା ମହୋତ୍ସବ-୨୦୨୫ ଆରମ୍ଭ ହୋଇ ୭ ତାରିଖ ଉଦଯାପିତ ହେବାର ସ୍ଥିରିକୃତ ହୋଇଛି। ଆଜିର ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମହୋତ୍ସବ କମିଟିର ସଭାପତି ଦେବେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ବକ୍ତା ଭାବେ ଡ଼ା. ପ୍ରଦୀପ୍ତ କୁମାର ମିଶ୍ର ଯୋଗଦେଇ ଭଞ୍ଜ ମାଟିର କଳା ସଂସ୍କୃତିକୁ ବଖାଣିବା ସହିତ ନିଜ ଗ୍ରାମ ବୈଶିଙ୍ଗାର ଐତିହ ଓ ମହୋତ୍ସବ କମିଟୀର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ l
ବୈଶିଙ୍ଗା ମହୋତ୍ସବ ଏକ ନିଆରା ପ୍ରୟାସ। ଏହି ମହୋତ୍ସବ ଏହି ମାଟିର କଥା କୁହେ ବୋଲି ଆଜିର ୩ୟ ବାର୍ଷିକ ବୈଶିଙ୍ଗା ମହୋତ୍ସବ ଉଦଘାଟନ ଉତ୍ସବରେ ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।
ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ତାଙ୍କର ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଉମା ଆମଜୁରେ ଉମାମହେଶ ଓ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ପ୍ରଭାତ କୁମାର ବେହେରା ଯୋଗ ଦେଇ ମହୋତ୍ସବର ଆଭିମୂଖ୍ୟ ସମୂନ୍ଧରେ ଗୁରୁତ୍ବାରୋପ କରିଥିଲେl ମହୋତ୍ସବ କମିଟିର ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ମହୋତ୍ସବର ସ୍ଥାନ ମହୁରୀ ଉଡାପଡିଆ ସ୍ଥାନ ପାଇ ଥିବାରୁ ଏହି ଗ୍ରାମବାସୀଙ୍କ ସମେତ ବୈଶିଙ୍ଗା ଅଞ୍ଚଳର ସମସ୍ତଙ୍କୁ ନବବର୍ଷର ଶୁଭ କାମନା ଜଣାଇଥିଲେl ଶେଷରେ ସମ୍ପାଦକ ସତ୍ୟ ପ୍ରକାଶ ପ୍ରଧାନ ଗତବର୍ଷର ସଫଳତାକୁ ପାଥେୟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ମହୋତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକl