ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି ଏକ ଚମତ୍କାର। ଡମାନ ମହାଲି (୨୨) ନାମକ ଜଣେ ଛାତ୍ର ଡିପ୍ଲୋମା ପରୀକ୍ଷା ଦେବା ପାଇଁ ଏକ ମୋଟର ସାଇକେଲରେ ଚିତ୍ରଡ଼ା ଯାଉଥିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କଳାବାଡିଆ ଏନଏଚ ୧୮ ଛକଠାରେ ରାସ୍ତାର ଉଭୟ ପଟୁ ଗାଡ଼ି ଦେଖି ପାର୍ ହେଉଥିବା ବେଳେ ଏକ ସିମେଣ୍ଟ ବୌଝେଇ ଟ୍ରକ୍ ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇଥିଲା।
ଟ୍ରକ୍ର ମଝି ଚକରେ ଗାଡ଼ି ସହିତ ଛାତ୍ର ଫସିଯାଇ କିଛି ବାଟ ଘୋଷାରି ହୋଇ ଯାଇଥିଲେ। ସୌଭାଗ୍ୟବଶତଃ ଟ୍ରକ୍ ତଳୁ ଛାତ୍ର ଜଣକ ଖସି ଆସି ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ବାଇକ୍ଟି ପୂରାପୂରି ଭାଙ୍ଗିରୁଜି ଚୁର୍ମାର ହୋଇ ଯାଇଥିବା ସୂଚନା ରହିଛି।
/sambad/media/post_attachments/wp-content/uploads/2021/04/9480be11-04f6-41a2-8f0a-f5580bc452b4-169x300.jpg)
ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିବା ପରେ ‘ରଖେ ହରି ମାରେ କିଏ’ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଟ୍ରକ୍ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ କରୁଛି। ଛାତ୍ର ଜଣକ ସୁସ୍ଥ ଥିବାରୁ ଏକ ଟ୍ରେକର ଯୋଗେ ପରୀକ୍ଷା ଦେବା ପାଇଁ ଚିତ୍ରଡ଼ା ଯାଇଥିଲେ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/5-13-copy.jpg)