ବାରିପଦା: ଆମ୍ବୁଲାନ୍‌ସ୍‌ ଓଲଟି ରୋଗୀ ଆହତ

ବାରିପଦା: ରବିବାର ପୂର୍ବାହ୍ନରେ ଉଦଳା- ବାରିପଦା ରାସ୍ତାରେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍‌ସ୍‌ ଓଲଟି ପଡ଼ିବାରୁ ଜଣେ ଆହତ ହୋଇଛନ୍ତି।

ଦିନ ପ୍ରାୟ ୧୦ଟା ବେଳେ ୧୦୮ ଆମ୍ବୁଲାନ୍‌ସ୍‌ଟି ଜଣେ ରୋଗୀକୁ ନେଇ ଯାଉଥିବା ବେଳେ ବିପରୀତ ପଟୁ ଏକ ମଟରସାଇକେଲ୍‌ ସାମ୍ନାକୁ ଚାଲି ଆସିବାରୁ ଆମ୍ବୁଲାନ୍‌ସ୍‌ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ ଆମ୍ବୁଲାନ୍‌ସ୍‌ଟି ରାସ୍ତାକଡ଼ ନୟନଯୋଡ଼ିକୁ ଓଲଟି ପଡ଼ିଥିଲା।

ସେଥିରେ ଥିବା ରୋଗୀଜଣକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ସମ୍ପ୍ରତି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର