ବାରିପଦା : ପୁଲିସ କର୍ମଚାରୀଙ୍କୁ କରୋନା

ବାରିପଦା : ମୟୁରଭଞ୍ଜରେ ପ୍ରଥମ କରି ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଉଦଳା ଥାନା ଅଞ୍ଚଳର ଉକ୍ତ କର୍ମଚାରୀଙ୍କୁ ଥଣ୍ଡା ଆଦି ଲକ୍ଷଣ ଦେଖାଯିବା ପରେ ତାଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ଼ ହସ୍ପିଟାଲ ନିଆଯାଇଛି। ତେବେ ପ୍ରଥମ କରି ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ଜିଲ୍ଲାର ପୁଲିସ ମହଲରେ ଭୟର ବାତାବରଣ ଖେଳିଯାଇଛି। ତେବେ ଉକ୍ତ କର୍ମଚାରୀ ଜଣଙ୍କ କିଛିଦିନ ହେବ ଛୁଟିରେ ଥିବାରୁ ସାମାନ୍ୟ ଆଶ୍ବସ୍ତି ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର