ବାରିପଦାରେ ମହିଳା ଓ କିନ୍ନରଙ୍କ ଦ୍ବାରା ପରିଚାଳିତ ବ୍ୟାଟେରିଚାଳିତ ଯାନର ଶୁଭାରମ୍ଭ

ବାରିପଦା: ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଛି ପୌର ପ୍ରଶାସନ। ସହରର ପରିମଳ ବ୍ୟବସ୍ଥାରେ ସାମିଲ କରାଯାଇଛି ୧୦ଟି ବ୍ୟାଟେରି ଚାଳିତ ଗାଡ଼ି। ଯାହାକୁ ପରିଚାଳନା କରିବେ କିନ୍ନର ଓ ସ୍ବୟଂସହାୟିକା ଗୋଷ୍ଠୀର ମହିଳା ସଦସ୍ୟା। ଆଜି ପୌରପରିଷଦ ପରିସରରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ବାରିପଦା ଉପଜିଲ୍ଲାପାଳ ତଥା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପି ଅନ୍ବେଷା ରେଡି ଉପସ୍ଥିତ ଥିଲେ। ମହିଳା ଓ କିନ୍ନର ସଦସ୍ୟାମାନେ ଏହି ବ୍ୟାଟେରି ଚାଳିତ ଗାଡ଼ିକୁ ଚଲାଇ ସହରର ଗଳି କନ୍ଦି ରାସ୍ତାରେ ଘରକୁ ଘର ବୁଲି ପୃଥକ ପୃଥକ ଭାବେ ଅଳିଆ ସଂଗ୍ରହ କରିବେ। ଯାହାକି ସହରକୁ ପରିଷ୍କାର ରଖିବାରେ ସହାୟକ ହେବ। ସେହିପରି ମହିଳା ଓ କିନ୍ନରମାନେ ଏହି ବ୍ୟବସ୍ଥା ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ମହିଳା ଓ କିନ୍ନରମାନେ ଏପରି ବ୍ୟବସ୍ଥାକୁ ଆପଣାଇଥିବାରୁ ଖୁସିବ୍ୟକ୍ତ କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ। ଏହି ଅବସରରେ ପୌରପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର