ରାଇରଙ୍ଗପୁର/ଜାମଦା : ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡରା ଗ୍ରାପ ମଧୁପୁର ଗ୍ରାମର ସନ୍ତୋଷ ପାତ୍ର (୪୫) ଆଜି ସକାଳୁ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିବା ସମୟରେ ପଛପଟୁ ଏକ ଭାଲୁ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତ୍ୱର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବନବିଭାଗ ଟିମ ହସ୍ପିଟାଲରେ ପହଞ୍ଚି ସନ୍ତୋଷଙ୍କ ଅବସ୍ଥା ପଚାରି ବୁଝିଥିଲେ । ସନ୍ତୋଷଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି ହେଉଛି ।
ଭାଲୁ ଆକ୍ରମଣରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2020/11/WhatsApp-Image-2020-11-16-at-21.40.15.jpeg)