ରାଇରଙ୍ଗପୁର/ବିଜାତଳା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତି ସରିଛି। ଆସନ୍ତାକାଲି ଜୋନ୍ର ଭୋଟରମାନେ ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି। ନିର୍ବାଚନ ମଇଦାନରେ ମୋଟ୍ ୧୦ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ତେବେ ବିଜେଡି, ବିଜେପି ଓ ଜେଏମ୍ଏମ୍ ମଧୢରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି।
ଆସନ୍ତାକାଲି ସକାଳ ୭ଟାରୁ ମଧୢାହ୍ନ ୧୨ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ସ୍ଥିର କରାଯାଇଛି। ୮୨ଟି ବୁଥ୍ରେ ପ୍ରିଜାଇଡି˚ ଓ ପୁଲି˚ ଅଫିସରକୁ ମିଶାଇ ମୋଟ୍ ୨୪୬ ଜଣ ଅଧିକାରୀ ଆଜି ସ˚ଧୢା ସୁଦ୍ଧା ସେମାନଙ୍କ ବୁଥ୍ରେ ପହଞ୍ଚି ସାରିଛନ୍ତି। ୨୪ ଜଣ ଅଧିକାରୀଙ୍କୁ ବିଜାତଳା ବ୍ଲକ୍ କାର୍ଯ୍ୟାଳୟରେ ମୁତୟନ କାରାଯାଇଥିବା ବେଳେ ୭ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ସେହିପରି ୮୨ଟି ବୁଥ୍ ମଧୢରୁ ୧୦ଟି ଅତି ସମ୍ବେଦନଶୀଳ ବୁଥ୍ ଓ ୪୮ଟି ସମ୍ବେଦନଶୀଳ ବୁଥ୍ ରହିଛି। ଏହି ସବୁ ବୁଥ୍ରେ ଆଜି ସ˚ଧୢାରୁ କଡ଼ା ପୁଲିସ୍ ପାଟ୍ରୋଲି˚ ଚାଲିଥିବା ବେଳେ ଗାଡ଼ିମୋଟର ଯାଞ୍ଚ ହେଉଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ପରିସ୍ଥିତିକୁ ରୋକିବା ପାଇଁ ୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୭ଟି ମୋବାଇଲ୍ ପାଟ୍ରୋଲି˚ ଗାଡ଼ି ଥିବାବେଳେ ୪ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି। ସେହିପରି ଦୁଇଜଣ ଏଏସ୍ପି ଓ ଏସ୍ଡିପିଓ ଦାୟିତ୍ବରେ ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/vote.jpg)