ବେତନଟୀସଦର: ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର କଳମା ଛକ ନିକଟରେ ସୋମବାର ପୂର୍ବାହ୍ନ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ ଜଣେ ବାଇକ୍ ଆରୋହୀ ଧକ୍କା କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ମୃତ ବାଇକ୍ ଆରୋହୀ ନିଜର ଓଡି୨୯କେ-୪୩୨୪ନଂ ବିଶିଷ୍ଟ ବାଇକରେ ବୈଶିଙ୍ଗା ପଟରୁ ବାଲେଶ୍ୱର ପଟକୁ ଦ୍ରୁତଗତିରେ ଯାଉଥିବା ସମୟରେ କଳମା ଛକ ନିକଟସ୍ଥ ଫ୍ୟାମିଲି ଢାବା ସମ୍ମୁଖରେ ରାସ୍ତାରେ ଛିଡ଼ା ହୋଇଥିବା ଓଆର୦୪ଏନ -୧୫୬୦ନମ୍ବର ବିଶିଷ୍ଟ ଟ୍ରକ୍ ପଛରେ ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବାଇକ ଚାଳକ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଟୁଡୁ ଓ ସେ ଉଦଳା ଅଞ୍ଚଳରେ ରହି କାମ କରୁଥିଲେ। ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି।