ଅନ୍ଧବିଶ୍ୱାସର ଅଳନ୍ଦୁ! ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ବିଶୋଇ : ଯେତେ ସଚେତନ କରାଇଲେ ବି ଲୋକଙ୍କୁ ମନରୁ ହଟୁନି ଅନ୍ଧବିଶ୍ୱାସର ଅଳନ୍ଦୁ। କୁସଂସ୍କାରର ବଶବର୍ତ୍ତୀ ହୋଇ ଲୋକେ ଅନ୍ୟର ଜୀବନ ନେବାକୁ ବି ପଛାଉ ନାହାନ୍ତି। ସପ୍ତାହକ ତଳେ ଗୁଣିଗାରେଡ଼ି ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଅଞ୍ଚଳରେ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ବିଶୋଇ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯିବା ଖବର ପୁଣି ଆଲୋଡ଼ନ ସୃଷ୍ଟି କରିଛି।

ଖବର ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ମଣଦା ପଞ୍ଚାୟତ ମାଟିଆଳ ଗ୍ରାମର ଏକ ପୋଖରୀରୁ ତମ୍ବାଝରି ଗାଁର ଛିତା ହେମ୍ବ୍ରମ(୫୫) ନାମକ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ତମ୍ବାଝରୀ ଗାଁର ଫୁଲରାଇ ହେମ୍ବ୍ରମ(୩୫), ରମେଶ ମୁର୍ମୁ(୩୦) ଓ ରାମଦାସ ଟୁଡ଼ୁ(୨୫) ନାମକ ତିନି ଜଣ ଯୁବକଙ୍କୁ ବିଶୋଇ ପୁଲିସ ଅଟକ ରକିଛି। ପ୍ରକାଶଥାଉକି, ମୃତ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗ୍ରାମବାସୀ ୪ବର୍ଷ ଧରି ଏକଘରିଆ ରଖିଥିଲେ।

ସମ୍ବନ୍ଧିତ ଖବର