ବୈଶିଙ୍ଗା: ମଙ୍ଗଳବାର ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତର ବେଲାଣପୁରା ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ସମ୍ବାଦ ଆମ ଓଡିଶା ଓ ବିଜେପି ବୈଶିଙ୍ଗା ମଣ୍ଡଳ ପକ୍ଷରୁ ଏକ ସ୍ଵେଚ୍ଛାକୃତ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବୈଶିଙ୍ଗା ମଣ୍ଡଳ ସଭାପତି ରାଜୀବ କୁମାର ନନ୍ଦୀ ଓ ସ୍ଥାନୀୟ ସମ୍ବାଦ ଓ କନକ ନିୟୁଜ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି ଶିବିରକୁ ଉଦଘାଟନ କରିବା ସହ ନିଜ ତରଫରୁ ଆଜିଠାରୁ ନିର୍ବାଚନୀ ମଣ୍ଡଳର ସବୁ ରକ୍ତଦାତାଙ୍କୁ ୫୦ହଜାର ଟଙ୍କାର ବୀମା ରାଶି ପ୍ରଦାନର ଘୋଷଣା କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ, ବେତନଟୀ ସମ୍ବାଦ ପ୍ରତିନିଧି ଅନୁପ ଦଣ୍ଡପାଟ, ୩୫ନଂ ମଣ୍ଡଳ ସଭାପତି ଜୀବନ ପରିଡା, ୩୭ନଂ ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡା, ୨୪ନଂ ମଣ୍ଡଳ ସଭାପତି ସୁମନ୍ତ ମହାର୍ଣ୍ଣl, ଜୋନ ସାଧାରଣ ସମ୍ପାଦକ ବିକାଶ ଦାସ, କ୍ଷିତୀଶ ମହାନ୍ତ, ସ୍ଥାନୀୟ ସରପଞ୍ଚ ମମତା ନାଏକ, ପ୍ରମୁଖ ଯୋଗଦେଇ ରକ୍ତଦାନ ଏକ ମହତ ଦାନ ବୋଲି କହିଥିଲ ଓ ଏହି ମହତ କାର୍ଯ୍ୟ ପାଇଁ ଆୟୋଜକ କମିଟିକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ କୁମାର ଦାସ, ଶାନ୍ତନୁ ଦଳାଇ, ଉତ୍ସର୍ଗ ବେହେରା, ପଦ୍ମନାଭ ପଣ୍ଡା, ତପନ କୁମାର ମହାନ୍ତ, ଛତିଶ ମଣ୍ଡଳ, ଯୋଗେଶ୍ୱର ପଣ୍ଡା, ଲିପ୍ତିମୟୀ ସାହୁ, ମହିଳା ମୋର୍ଚ୍ଚା ସଭାପତି ସବିତା ଦେହୁରୀ, ସୁପ୍ରିୟା ପାଣି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ l ବାଲେଶ୍ୱର ରକ୍ତ ଭଣ୍ଡାରର ଡାକ୍ତର ଆଶାପୂର୍ଣ୍ଣା ପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l ତେବେ ପ୍ରାଥମିକ ଭାବେ ଶୁଭମ ପାଢ଼ୀ ରକ୍ତଦାନ କରି ଶିବିର ଶୁଭାରମ୍ଭ କରିଥିବାବେଳେ ଏହି ମେଗା ଶିବିରରୁ ମୋଟ ୧୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା l