ରାଇରଙ୍ଗପୁର/ଜାମଦା: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ଜାମଦା ଆଂଚଳିକ(ଡିଗ୍ରି) ମହାବିଦ୍ୟାଳୟ, ଏନଏସ୍ଏସ, ରେଡକ୍ରସ୍ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜଲେନ୍ ନାଏକ ଯୋଗଦେଇ ଶିବିରକୁ ଉଦଘାଟନ୍ କରିଥିଲେ।
ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ସୁର୍ ଓ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ନେତୃତ୍ବରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଲଳିତ କୁମାର ମହାନ୍ତ, ଅଧ୍ୟାପକ ଭଗବାନ ପାଲ୍, ସୂର୍ଯ୍ୟକାନ୍ତ ପ୍ରଧାନ, ଡ. ରାଜକିଶୋର ଜେନା, ଅଶୋକ କୁମାର ମହାନ୍ତ, ଗ୍ରାନ୍ଥାଗାରିକ ଭୂପତି ଚରଣ ନନ୍ଦୀ, କ୍ରୀଡା ଶିକ୍ଷକ ତପନ କୁମାର ଜେନା, ଭଗବତୀ ସାହୁ, ସେହେନାଜ୍ ପରବିନ୍, ଲିଜାରାଣୀ ସାହୁ, ସୁଭଦ୍ରା ବିନ୍ଧାଣୀ, ଘାସିରାମ୍ ଗଇପାଇ, ଦୟାନିଧି ମଣ୍ଡଳ, ବଳରାମ କଣ୍ଡାଙ୍କେଲ, ସ୍ନେହଦତ୍ତ ମହାନ୍ତ, ମନ୍ଟୁ ଦତ୍ତ, ଅମିତ ମଣ୍ଡଳ, ସମ୍ବାଦ ପ୍ରତିନିଧି ଶ୍ୟାମସୁନ୍ଦର ସାମଲ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ଏଥିରେ ମୋଟ ୬୫ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରିଣୀ ଡଃ ସ୍ମିତାଶ୍ରୀ ବିରୁଆ, ଏଲଟି ସୁମନ୍ତ ଗିରି, ମାନସ ରଂଜନ ଗିରି, ଅଙ୍କିତା ମହାନ୍ତ, ମହେଶ ମହାନ୍ତ, ପବିତ୍ର ମହୋନ ମହାନ୍ତ, ସୁଜାତା ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶେଷରେ ଅଧକ୍ଷ ଶ୍ରୀ ସୁର୍ ଧନ୍ୟବାଦ ଅର୍ପଣ କରିଥିଲେ।
ରକ୍ତଦାତାମାନେ ହେଲେ: ଡ. ରାଜକିଶୋର ଜେନା, ଧରମବୀର୍ କିସ୍କୁ, ସନ୍ଦୀପ ମଣ୍ଡଳ, ସୁମନ ଶେଖର ସାହୁ, ସମରା ସୋରେନ୍, ହରିପଦ ଦେଓ, ଶିବାଶିଷ ହେମ୍ବ୍ରମ୍, ଗମା ସର୍ଦ୍ଧାର୍, ପାର୍ବତୀ ପୂର୍ତ୍ତି, ନେହା ନାଜ୍, ସଲମା ଟୁଡୁ, ତରୁଣ କୁମାର ମହାନ୍ତ, ରାଜକୁମାର ଦତ୍ତ, ଦମୟନ୍ତୀ କଣ୍ଡାଙ୍କେଲ୍, ସିନଗୋମଣୀ ମୁର୍ମୁ, ସରସ୍ୱତୀ ଟୁଡୁ, ମାଳତୀ ସିଂ, ଜିତେନ ପାଲ୍, ଖୁସିରାଣୀ ବିରୁଆ, ନାମସୀ ସୟ, ସୁବ୍ରତ କୁମାର ଧଳ, ଶ୍ରୀରାମ ମୁର୍ମୁ, ରାଜେଶ କୁମାର ମୁର୍ମୁ, ଡୁମନୀ ମୁର୍ମୁ, ରବୀନ୍ଦ୍ରନାଥ ମୁର୍ମୁ, ସୀତା ସୟ, ରାଜୀବ ଲୋଚନ ବଙ୍କିରା, ଜବାମଣୀ ମାରାଣ୍ଡି, ମହୋନ ମୁଣ୍ଡା, ସଲାଇ କିସ୍କୁ, ବିଶ୍ୱଜିତ ନାଏକ, ମୁସ୍ରତ୍ ଜସମିନ୍, ଇସ୍ତିୟାକ୍ ଆଖତାର୍, ଗୁରୁଚରଣ ସିଂ, ନିଖିଲ କୁମାର ସିଂ, ପ୍ରିୟଙ୍କା ନାଏକ, ଏମ.କେ ଜଗନ୍ନାଥ ରାଉତ, ରାଜୁ ମଣ୍ଡଳ, ଅଜେନ୍ କିସ୍କୁ, ଅଜୟ କୁମାର ଭୋଇ, ଦୁଗି ହେମ୍ବ୍ରମ୍, ସୁଇଟି ରାଣୀ ସାହୁ, ଆଶା ସିଙ୍କୁ, ସାଲନି ବାଗେ, ବିଷ୍ନୁ କୁମାର ମଣ୍ଡଳ, ମନ୍ଟୁ ଦତ୍ତ, ନେହେରୁ ହେମ୍ବ୍ରମ, ଗୌରୀ ରାଣୀ ମାରାଣ୍ଡି, କୁନି ପାତ୍ର, ଶମ୍ଭୁନାଥ ମହାକୁଡ, କପଳ କୁମାର ମହାନ୍ତ, କୁନା ମୁର୍ମୁ, ଦେବାଶିଷ ସାହୁ, ରବୀନ୍ଦ୍ର ମୁଣ୍ଡାରୀ, ଚନ୍ଦନ ସୌମ୍ୟକ ଦାସ, କାର୍ଯାନ ବଙ୍କିରା, ଗୁଣ୍ଡୁ ବାସ୍କେ, ବିଜୟ କୁମାର ସିଂ, ସୁଦାମ ଚରଣ ଦତ୍ତ, ହିତେଶ କୁମାର ପ୍ରଧାନ, ଲଖି ହାଁସଦାଃ, ବାଦଲ ନନ୍ଦ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ପ୍ରମୁଖ।