ମଝିଆଁଭାଇର ତୀରମାଡ଼ରେ ବଡ଼ଭାଇ ଗୁରୁତର

କରଞ୍ଜିଆ: ଭାଇର ତୀର ମାଡ଼ରେ ଭାଇ ଗୁରୁତର ହୋଇଛି। ପାରିବାରିକ କଳହକୁ ନେଇ ବଡ଼ଭାଇ ଉପରେ ଆକ୍ରମଣ କଲା ମଝିଆଁ ଭାଇ। ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ମଝିଆଁ ଭାଇ ତିବରୁ ପିଙ୍ଗୁଆ ଉତକ୍ଷିପ୍ତ ହୋଇ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇ ବୁଧୁରାମ ପିଙ୍ଗୁଆକୁ ଆକ୍ରମଣ କରିଥିଲା।

ଏହାଫଳରେ ଘଟଣା ସ୍ଥଳରେ ବୁଧୁରାମ ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ କରଞ୍ଜିଆ ହସ୍ପିଟାଲରେ ଭିର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥବାର ଖବର ମିଳିଛି। ଏଣେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ଭାଇ ତିପୁର ପିଙ୍ଗୁଆକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର