ରାଇରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସିଲା ବସ | ଅଳ୍ପକେ ବର୍ତ୍ତିଲେ ୪୦ ରୁ ଅଧିକ ଯାତ୍ରୀ । ୧୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୫ ଜଣ ଗୁରୁତର ଥିବା ସୂଚନା । ଏଭଳି ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଳା ବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମପଞ୍ଚାୟତର ଜିଆଲଦା ଗ୍ରାମ ନିକଟରେ ।

Advertisment

ଭାରସାମ୍ୟ ହରାଇ ଦୁର୍ଘଟଣା  ଘଟିଥିବା ଘରୋଇ ' ଆପୁ' ବସ ଖାଇ ତଳକୁ ଖସି ୧୭ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୂଚନା ଅନୁଯାୟୀ ବସଟି କରଞ୍ଜିଆରୁ ଝରାଡିହିକୁ ଯାଉଥିବା ସମୟରେ ବହଳଦା ଥାନା ଅନ୍ତର୍ଗତ ଜିଆଲଦା ନିକଟରେ ଦୁର୍ଘଟଣା ଘଟିଥିଲା ।

ଘଟଣାଟି ଅପରାହ୍ନରେ ଘଟିଥିବା ସୂଟନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଥିବାବେଳେ ତାଙ୍କୁ ବାରିପଦା ବଡ ଡାକ୍ତରଖାନା ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ବହଳଦା ପୋଲିସ ଅଟକ ରଖିଥିବା ବେଳେ କଣ୍ଡକ୍ଟର ଓ ହେଲପର ଫେରାର ଥିବା ସୂଚନା ମିଳିଛି । ବହଳଦା ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।