ଭୁବନେଶ୍ବର: ବିଜେପିର ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ଦେଖାଦେଇଛି ମୟୂରଭଞ୍ଜରେ। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ। ଦଳର ମୋରଡ଼ା ନିର୍ବାଚନ ମଣ୍ଡଳୀ ସହିତ ଅନ୍ୟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ତଥା ମୟୂରଭଞ୍ଜ ସାଂସଦ ପ୍ରାର୍ଥୀଙ୍କୁ ନାପସନ୍ଦ କରି ସେ ଏହି ଇସ୍ତଫା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି।
ଦୀର୍ଘ ୩୮ ବର୍ଷ ଧରି ବିଜେପି ପାଇଁ କାର୍ଯ୍ୟ କରିଆସିଥିବା ଶ୍ରୀ ମହାନ୍ତ ଚଳିତ ନିର୍ବାଚନରେ ମୋରଡାରୁ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିଲେ। ଦଳ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି।