ବନ ବିଭାଗର ଅନୁମତିରେ ରେଡିଓ ଷ୍ଟେସନ ପରିସରରୁ କଟା ହେଲା ମୂଲ୍ୟବାନ ଗଛ

ରାଇରଙ୍ଗପୁର: “ବୃକ୍ଷ ହିଁ ଜୀବନ”। ବୃକ୍ଷ ବିନା ବର୍ଷା ହୁଏ ନାହିଁ । ଏହି ବାର୍ତା ନେଇ ସରକାର ବନ ବିଭାଗ ସମେତ ବିଭିନ୍ନ ସରକାରୀ,ବେସରକାରୀ ସଂସ୍ଥା ସହାୟତାରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ବୃକ୍ଷରୋପଣ କରାଯାଉଥିବା ବେଳେ କିଛି ଲୋକେ ଅବାଧରେ ଗଛଲତା କାଟି ସଫା କରିଦେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି କିଛି ସରକାରୀ ଅନୁଷ୍ଠାନର କର୍ମଚାରୀମାନେ ଗଛ କଟାରେ ଲିପ୍ତ ଥିବା ଅଭିଯୋଗ ହୋଇଆସୁଛି । ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ ଜିଲ୍ଲାର ରାଇରଙ୍ଗପୁରରେ ।
କିଛି ମାସ ପୂର୍ବରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଗଛ କଟା ଘଟଣା ମନରୁ ନ ଲିଭୁଣୁ , ପୁଣି ଥରେ ରାଇରଙ୍ଗପୁର ରେଡିଓ ଷ୍ଟେସନ ପରିସରରୁ ବନ ବିଭାଗର ବିନା ଅନୁମତିରେ ଗଛ କାଟିଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ରାଇରଙ୍ଗପୁର ନିକଟସ୍ଥ ଅଶନବଣୀଠାରେ ଥିବା ରେଡିଓ ଷ୍ଟେସନ ପରିସରରେ ଶତାଧିକ ମୂଲ୍ୟବାନ ଗଛ ଥିଲା । ତେବେ କିଛି ମାସ ପୂର୍ବରୁ କିଛି ଏକାଧିକ ମୂଲ୍ୟବାନ ଗଛ କଟାଯାଇଥିବା ବେଳେ ଗତକାଲି ମଧ୍ୟ ୧୨ ରୁ ଅଧିକ ଗଛ ମେସିନ ସାହାର୍ଯ୍ୟରେ କାଟୁଥିବା ସମୟରେ କୌଣସି ସୂତ୍ରରୁ ବନ ବିଭାଗର କର୍ମଚାରୀମାନେ ଖବର ପାଇ ପହଂଚିବା ପରେ କାଟିବା ବନ୍ଦ କରିଥିଲେ । ତେବେ ବନ ବିଭାଗର କର୍ମଚାରୀ ମାନେ ଅନୁମତି ପତ୍ର ମାଗିବା ପରେ ଅନୁମତି ନେଇନଥିବା ସୂଚନା ମିଳିଥିଲା । ସେ ସମ୍ପର୍କରେ ଆକାଶବାଣୀ କେନ୍ଦ୍ରର ଭାରପ୍ରାପ୍ତ ଇଞିନିୟର୍  ଚିତ୍ତରଂଜନ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ରେଡିଓ ଷ୍ଟେସନ ପରିସରରେ ଥିବା କିଛି ଗଛ ଶୁଖିଯାଇଥିଲା,ଆଉ କିଛି ଅଧା ଶୁଖିଥିଲା ଏବଂ ଗଛର ଡାଳ ଗୁଡିକ ଇଲେକ୍ଟ୍ରି ଫିଡରରେ ବାଜୁଥିଲା,ଗଛ ଥିବା ଯୋଗୁଁ ପାଚେରୀ ଓ ଘର ନଷ୍ଟ ହେଉଥିବା ଯୋଗୁଁ ଗଛ ଗୁଡିକ କଟା କରେଇଲେ ବୋଲି ମତ ରଖିଛନ୍ତି । ତେବେ ସତ୍ୟ ଘଟଣା ବର୍ତମାନ ସୁଦ୍ଧା ଜଣାପଡିନାହିଁ ।

ଏ ସମ୍ବନ୍ଧରେ ବାମନଘାଟି ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ସହିତ ଯୋଗାଯୋଗ କରିବାରୁ ସେ ସମ୍ପର୍କରେ ତାଙ୍କ ପାଖରେ କିଛି ସୂଚନା ନାହିଁ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଗଛ କାଟିବା ପୂର୍ବରୁ ଅନୁମତି ନ ନେଇ ଗଛ କଟା କେମିତି ଆରମ୍ଭ କଲେ ଏବଂ କାହା ଛତ୍ର ଛାୟା ତଳେ ଗଛ କାଟିବାର ସାହସ ପାଇଲେ ? ତାହା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର