ବେତନଟୀ/ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡ଼ା ଗାଁର ଗଣେଶ୍ୱର ସାହୁଙ୍କୁ ତାଙ୍କ ପତ୍ନୀ ଭିକ୍ଟୋରିଆ କାଳନ୍ଦୀଙ୍କ ସମ୍ପର୍କୀୟମାନେ ଗାଳି ଗୁଲଜ କରିବା ସହିତ ତାଙ୍କ ଜିନିଷପତ୍ର ଚୋରି କରି ନେଇଛନ୍ତି। ଏନେଇ ଗଣେଶ୍ୱର ବୈଶିଙ୍ଗା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗମୂଳେ, ବୈଶିଙ୍ଗା ଥାନା ଆଇଆଇସି ରେଣୁବାଳା ସାହୁ ଦଫା ୩୪୧, ୩୨୩, ୫୦୬, ୩୭୯, ୩୪ ଭାରତୀୟ ପିଙ୍ଗଳ କୋଡ ମୂଳେ ଥାନାରେ ୩/୧୮ନଂ. ରୁଜୁ କରିଛନ୍ତି। ଏହି ମାମଲାରେ ଦୀନକୃଷ୍ଣ କାଳନ୍ଦୀ, ସୋନୁ କାଳନ୍ଦୀ ଓ ଅମୂଲ୍ୟ କାଳନ୍ଦୀଙ୍କୁ ଗିରଫ କରାଯାଇଛି। ସେହିପରି ସ୍ୱାମୀ ଗଣେଶ୍ୱର ସାହୁ ଓ ତାଙ୍କ ପରିବାରର ଲୋକ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ମରଣାନ୍ତକ ଆକ୍ରଣମ କରି ଥିବା ପତ୍ନୀ ଭିକ୍ଟୋରିଆ କାଳନ୍ଦୀ ପାଲଟା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକ୍ରମେ ବୈଶିଙ୍ଗା ଥାନାରେ ଦଫା ୪୯୮(କ), ୩୨୩, ୩୦୭, ୫୦୬ ମୂଳେ ମାମଲା ରୁଜୁ ହୋଇ ଗଣେଶ୍ୱର ସାହୁଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପତିପତ୍ନୀ କନ୍ଦଳ ଥାନାରେ: ୪ ଗିରଫ
/sambad/media/post_attachments/wp-content/uploads/2018/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)