ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅଂଚଳରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ପାର୍ବତୀ ବାଙ୍କିରା (୩୫)।
ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅର୍ନ୍ତଗତ ମଝିଗାଁ ଗ୍ରାମର ପାର୍ବତୀ ବାଙ୍କିରା (୩୫) ଦୁଇ ବର୍ଷ ପୂର୍ବରୁ ସେହି ଗ୍ରାମର ଡମ୍ବରୁ ବାଙ୍କିରାଙ୍କୁ ବିବାହ କରିଥିଲେ। ତେବେ ଆଜି ସକାଳୁ ଗ୍ରାମ ପାର୍ଶ୍ୟରେ ଥିବା ଏକ ଗଛରୁ ତାଙ୍କ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରମାବାସୀମାନେ ପୁଲିସ୍କୁ ଖବର ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।
ତେବେ ଗତ ରାତ୍ରୀରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ପାର୍ବତୀ ଘରୁ କୁଆଡ଼େ ପଳାଇଥିଲେ। ସ୍ୱାମୀ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କୁ ନପାଇ ଘରକୁ ଫେରି ଯାଇଥିଲେ। ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏନେଇ ବାଦାମପାହାଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)