ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚାଇଁବାଇଁଶ କାଜୁ ବଗିଚାରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ହାତୀଗୋଡା ଗ୍ରାମପଞ୍ଚାୟତର ଚାଇଁବାଇଁଶ ପ୍ରାଥମିକ ବିଦ୍ୟାଳୟର ପଛରେ ଥିବା କାଜୁ ବଗିଚାରେ ଯୁବକ କାଜୁ ଗଛରେ ଗାମୁଛାରେ ମୃତ ଶରୀର ଝୁଲୁ ଥିବାର ଲୋକ ଦେଖିଥିଲେ।
ସ୍ଥାନୀୟ ୱାର୍ଡା ମେମ୍ବର ସରପଞ୍ଚଙ୍କୁ କହିବାରୁ ସେ ଠାକୁରମୁଣ୍ଡା ଥାନାକୁ ଜଣାଇ ଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଅଗ୍ନିଶମ ବାହିନୀ ସହିତ ମୃତ ଶରୀରକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ଯ କେନ୍ଦ୍ରକୁ ଆଣିଥିଲେ। ମୃତ ଯୁବକର ଘର ଠାକୁରମୁଣ୍ଡା ବଜାରରେ। କୁଶଧର ମହାନ୍ତଙ୍କ ସାନପୁଅ ରଘୁନାଥ ମହାନ୍ତ (୨୪) ବୋଲି ଜଣାପଡ଼ିଛି।
ପରିବାର ଲୋକ କହିବା ମୁତାବକ ରଘୁନାଥ ୨୫ ତାରିଖ ସକାଳୁ ବର୍ଷା ହେଉଥିବାରୁ ରେନକୋଟ ପିନ୍ଧି ଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ଠାକୁରମୁଣ୍ଡା ପୁଲିସ ଅଭିଯୋଗ ପାଇଲା ପରେ କେଶ ନଂ ୨୪ରେ ଏକ ଅପମୃତ୍ଯୁ ମାମଲ ଦାଏର କରି ଶବକୁ ବ୍ୟବଛେଦ ପାଇଁ କରଞ୍ଜିଆ ପଠାଇ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)