ବାଙ୍ଗିରିପୋଷି ( ପ୍ରଭାତ କୁମାର ହୋତା) : ବାଙ୍ଗିରିପୋଷି ବନବିଭାଗକୁ ଚିନ୍ତାରେ ପକାଇଛି ହରଣ ମୃତ୍ୟୁ। ଗୋଟିଏ ମାସ ମଧ୍ୟରେ ଦୁଇଟି ହରଣ ମରିସାରିଲେଣି। ଆହୁରି କେତେ ଶିକାର ହେଲେଣି କାହାକୁ ଜଣାନାହିଁ। କାହିଁକି ହରଣ , ହାତୀ , ବାରାହା ପରି ବନ୍ୟଜନ୍ତୁ ଗ୍ରାମ ମୁଖି ହେଉଛନ୍ତି ତାହା ଚିନ୍ତା ନ କରି କିଏ ହରଣ କୁ ଗୋଡାଇଛି, କାହିଁକି ହରଣ ମଲା ତା ପଛରେ ଧାଇଁଛି। ଅବାଧ ଗଛ କଟାଯିବା , ଛତୁ ଫୁଟିଲା ପରି ପଥର ଖାଦାନ, ବିଶେଷ କରି ପର୍ବପର୍ବାଣୀ ପୂର୍ବରୁ ଶିକାରୀ ର ଲୋଲୁପ ଦୃଷ୍ଟି ଜୀବ ଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ପରିବେଶ ବିତ ମାନେ କହିଛନ୍ତି ।
/sambad/media/post_attachments/wp-content/uploads/2020/10/WhatsApp-Image-2020-10-26-at-18.05.52.jpeg)
ଗତ ୬ ତାରିଖ କଳାବାଡିଆ ଘୁଣ୍ଟୁରୁ ପୋଲ ନିକଟରେ ଏକ ଅଣ୍ଡିରା ହରଣ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଥିଲା। ସେହିପରି ବାଙ୍ଗିରିପୋଷି ବନାଞ୍ଚଳ ଅଧିନସ୍ଥ ସାରସକଣା ବ୍ଲକ ରାଉତରା ଅଞ୍ଚଳରୁ ଗତ ଶନିବାର ଦୁଇଟି ହରିଣ ଗ୍ରାମ ଭିତରକୁ ଖାଦ୍ୟ ଅନ୍ୱେଷଣ ରେ ଗ୍ରାମ୍ୟ ଭିତରକୁ ପଶି ଆସିଥିଲେ। ପଶିବାକ୍ଷଣି ଲୋକଙ୍କୁ ଦେଖି ହରିଣ ଦୁଇଟି ଏଣେ ତେଣେ ଦୈଡିବାକୁ ଲାଗିଲେ। ଲୋକ ମାନେ ମଧ୍ୟ ହରିଣ ପଛେ ଦୈଡିବା ଗୋଟିଏ ପ୍ରକାର ପ୍ରତିଯୋଗିତା ଚାଲିଥିଲା। ଶେଷରେ ଅଣ୍ଡିରା ହରିଣଟି ହୃଦଘାତରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଗୋଟିଏ ମାଈ ହରିଣର ପତ୍ତା ମିଳିପାରି ନାହିଁ। ଘଟଣା ସ୍ଥଳରେ ବାଙ୍ଗିରିପୋଷି ରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଥିବା ରେଞର ଅଜୟ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଲକ୍ଷୀଧର ବେହେରା, ବନ କର୍ମଚାରୀ ରଜତ କୁମାର ମହାନ୍ତ, ଟିକା ଗୋବିନ୍ଦ ଗିରି, ମଳୟ କୁମାର ମହାନ୍ତ ପହଞ୍ଚି ମୃତ ହରିଣକୁ ଜବତ କଲେ। ବାଙ୍ଗିରିପୋଷି ପଶୁ ଡାକ୍ତରଖାନାକୁ ନେଇ ଶବବେବଛେଦ ପରେ ୪୨ କେଜି ଥିବା ହରିଣ କୁ ବାଙ୍ଗିରିପୋଷି ବନାଞ୍ଚଳ ଅଫିସ କାର୍ଯ୍ୟାଳୟ ପରିସରରେ ପୋତି ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/deer.jpg)
