ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ପରିବହନ କର୍ମଚାରୀଙ୍କୁ  ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ ଦାବି

ବାରିପଦା :କୋଭିଡ ୧୯କୁ ନେଇ ଲକଡାଉନ କାରଣରୁ ଆଜକୁ ତିନି ମାସରୁ ଅଧିକ ହେବ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳାଚଳ ବନ୍ଦ ରହିଛି  । ଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି ଥିବାରୁ ପରିବହନ କର୍ମଚାରୀମାନେ ବିଭିନ୍ନ ଦୁଃଖ ଦୁର୍ଦ୍ଦଶା ମଧ୍ୟଦେଇ ଗତିକରୁଛନ୍ତି । ପରିବାରର ଭରଣା ପୋଷଣ ଭାର ଉଠାଇବା ଅସମ୍ଭବ ହୋଇପଡିଛି । ଏହି ସମୟରେ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ପାରିନଥିବାରୁ ଆର୍ଥିକ ଅବସ୍ଥା ବିଗିଡିବାରେ ଲାଗିଛି  । ଏଣୁ, ବସ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଓରଦାନ ସାଙ୍ଗକୁ ମାଗଣାରେ ରେଶନ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଆଜି ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଭେଟି ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।ଏଥିସହିତ ଜିଲ୍ଲାପାଳ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ସମସ୍ତ ବସ୍ କର୍ମଚାରୀଙ୍କୁ ୫000 ଟଙ୍କା  ସହାୟତା ଓ ରେଶନ ସାମଗ୍ରୀ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରାଇବାକୁ ଦାବି କରିଛନ୍ତି ।
ସମ୍ବନ୍ଧିତ ଖବର