ବାରିପଦା: ସାହାଯ୍ୟ ଆବଶ୍ୟକ କରୁଥିବା ସାଧାରଣ ଲୋକ ଅଥବା ଠିକାଦାର, ସମସ୍ତଙ୍କୁ ସକ୍ଷମ ମୁତାବକ ସାହାଯ୍ୟର ହାତ ବଢ଼ାଇଛି ଏବଂ ଆଗକୁ ବଢ଼ାଇବ ଇଷ୍ଟର୍ଣ୍ଣ ସର୍କଲ୍ କଣ୍ଟ୍ରାକ୍ଟରସ କ୍ଲବ। ଆଗକୁ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ଏହି କ୍ଲବ୍।

Advertisment

ଆଜି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ନବବର୍ଷ ଡାଏରୀ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ମୟୂରଭଞ୍ଜ ଠିକାଦାର ସଂଘର ସଭାପତି ତଥା ସଂଗଠନର ପ୍ରମୁଖ ଉପଦେଷ୍ଟା ସମାଜସେବୀ ମୁରାରୀ ଶର୍ମା। ସ୍ଥାନୀୟ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜର ଠିକାଦାରମାନେ ଅଂଶଗ୍ରହଣ କରିଥିଲେ। କ୍ଲବର  ସଭାପତି ଆଦିତ୍ୟ ଖୁଣ୍ଟିଆ, ଦିପ୍ତିକାନ୍ତ ମହାପାତ୍ର, ଫାଲଗୁନି ମହାପାତ୍ର, ହରେକୃଷ୍ଣ ପଣ୍ଡା, ସଂଜୟ ଅଗରୱାଲା, ସତ୍ୟରଂଜନ ପଟ୍ଟନାୟକ, ତରୁଣ ମହାନ୍ତି, ସନ୍ତୋଷ ଖଣ୍ଡେଲୱାଲ, ସନ୍ଦିପ ପତି, ତ୍ରିଲୋଚନ ଗିରି, ପ୍ରଦୀପ ପାତ୍ର, ରାମେଶ୍ବର ମିଶ୍ର, ରବୀନ୍ଦ୍ର ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏକ ମତହ ଉଦ୍ଦେଶ୍ୟ ନେଇ ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ଠିକାଦାରମାନଙ୍କୁ ନେଇ ଏହି କ୍ଲବ୍ ୨୦୧୮ରେ ଗଠିତ ହୋଇଥିଲା। ଏହି ଅବସରରେ କ୍ଲବର ଚଳିତ ବାର୍ଷିକ ଉତ୍ସବ ବାରିପଦାରେ ଅନୁଷ୍ଠିତ ହେବା ନେଇ ନିଷ୍ପତି ହୋଇଥିଲା। କ୍ଲବର କୌଣସି ସଦସ୍ୟ ମଧ୍ୟ ବିପଦରେ ପଡ଼ିଲେ ସହଯୋଗ ଯୋଗାଇ ଦିଆଯିବ ବୋଲି ନିଷ୍ପତି ହୋଇଥିଲା। କ୍ଲବରେ ପ୍ରାୟ ୧ହଜାରରୁ ଊର୍ଧ୍ବ ସଦସ୍ୟ ଅଛନ୍ତି।