ରାଇରଙ୍ଗପୁର/ତିରିଂ: ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ତିରିଂ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛିl ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗ ଦର୍ଶନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶୀଧର ସିଂଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗ ଦେଇ ରେଡ କ୍ରସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେI ମୂଖ୍ୟବକ୍ତା ଭାବେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଶ୍ରୀ ଶ୍ରଦ୍ଧା ସୁମନ ଯୋଗଦେଇ ବିଶ୍ୱର ସର୍ବ ଶ୍ରେଷ୍ଠ ସେବା ସଂସ୍ଥା ରେଡ଼କ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶିବିରାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେl 

Advertisment

ବିଶିଷ୍ଟ ଅତିଥିରୂପେ ଉପଖଣ୍ଡ ଚିକିତ୍ସାଳୟ ରାଇରଙ୍ଗପୁରର ଅଧ୍ୟକ୍ଷ ରବୀନ୍ଦ୍ରନାଥ ମାରାଣ୍ଡି ଯୋଗ ଦେଇ ସେବା, ପରୋପକାରିତା ଓ ସର୍ବପରି ରକ୍ତଦାନ ଭଳି ମହତ ଗୁଣ ର ଅଧିକାରୀ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେl ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସ ସମ୍ପାଦକ ଭାଗିରଥି ମଲ୍ଲିକ ଶିବିରର ଆଭିମୁଖ୍ୟ ଓ ନିୟମାବଳୀ ବର୍ଣ୍ଣନା କରିଥିଲେl ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଜିଲ୍ଲା ସଂଯୋଜକ ଡ଼ ଶଶୀଧର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେI ସମ୍ମାନିତ ଅତିଥିଭାବେ ତିରିଂ ତହସିଲଦାର ସୁଶାନ୍ତ କୁମାର ଜବେହେରା, ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞଶ୍ୱର ଜେନା, ଜିଲ୍ଲା ପରିଷଦ ଜନତା ବସା, ପ୍ରମୁଖ ଯୋଗ ଦେଇଥିଲେI ଆୟୋଜକ ବିଦ୍ୟାଳୟରପ୍ରଧାନଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ l 

ସେହିପରି ଦ୍ୱିତୀୟ ଦିବସ ସନ୍ଧ୍ୟାକାଳୀନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡା, ସ୍ୱତନ୍ତ୍ର ଅତିଥି ଭାବେ ସଂସ୍କୃତିପ୍ରେମୀ ନିରଞ୍ଜନ ପାଣି, ସମ୍ମାନିତ ଅତିଥି ଭାବେ ସଚ୍ଚିଦାନନ୍ଦ ମହାନ୍ତ, ବହଳଦା ବିଇଓ ଶୁଭଶ୍ରୀ ସିଂ, ତିରିଂ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିପନ କୁମାର ନାୟକ,ବହଳଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରି,ଓଷ୍ଠା ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ,ଓଷ୍ଠା ବହଳଦା ବ୍ଲକ ସଭାପତି ରାଜ କିଶୋର ମହାନ୍ତ,ରେଡ଼କ୍ରସ ଆଜୀବନ ସଦସ୍ୟ ରବି ନାରାୟଣ କୁଅଁର, ଓଷ୍ଠା କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେI

publive-image

ପ୍ରଶିକ୍ଷକ ଭାବେ ରାଜ୍ୟ ସାଧନକର୍ମୀ ଉମାକାନ୍ତ ବେହେରା, ରାଜ୍ୟ ସାଧନକର୍ମୀ ବାମନ ଚରଣ ମହାନ୍ତି, ରାଜ୍ୟ ସାଧନକର୍ମୀ ଡ଼ ରମାକାନ୍ତ ମହାନ୍ତ, ଜିଲ୍ଲା ରେଡ଼କ୍ରସ ସଂଯୋଜକ ଡ଼ ଶଶୀଧର ବିଶ୍ୱାଳ,ରାଜ୍ୟ ସାଧନକର୍ମୀ ସତ୍ୟ ନାରାୟଣ ଦାସ, ରାଜ୍ୟ ସାଧନକର୍ମୀ ତଥା ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସ୍ମୃତିରଞ୍ଜନ ପାଣି, ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣା ପ୍ରମୁଖଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲାI ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ସାଧନକର୍ମୀ ଚନ୍ଦନ କୁମାର ଦାସ, ପ୍ରାଥମିକ ଚିକିତ୍ସା ସାଧନକର୍ମୀ ମିତା ହାଁସଦା ପ୍ରମୁଖ ଯୋଗ ଦେଇଥିଲେl

ସେଣ୍ଟ୍ରାଲ ଅଫିସିୟାଲ ଭାବେ ହରିଶ୍ଚନ୍ଦ୍ର ରାଉତ,କେଶଵ ଚନ୍ଦ୍ର ବେହେରା, ବୀରେନ୍ଦ୍ର ଦଳେଇ,ମଦନ ମହାନ୍ତ,ପଙ୍କଜ ବେହେରା, ପ୍ରଦୀପ ଚୌଧୁରୀ, ଅଭିନନ୍ଦନ ମହୁରୀ,ମନୋରଞ୍ଜନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେl ଶେଷରେ ତିରିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେଠୀ ଧନ୍ୟବାଦ ଦେଇଥିଲେI ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ତିରିଂ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେl