ଟ୍ରାକ୍ଟର ଓଲଟି ଚାଳକ ମୃତ, ଜଣେ ଶିଶୁ ଶ୍ରମିକଙ୍କ ସହ ୨ ଗୁରୁତର

ରାଇରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟରରେ ଚାପି ହୋଇ ଚାଳକ ମୃତ ଓ ୨ ଗୁରୁତର। ମୃତକ ହେଲେ ବାସିଙ୍ଗି କଲୋନି ସାହିର ମୁକୁନ୍ଦ କାରୁଆ(୨୨) ।
ସୂଚନା ଅନୁଯାୟୀ ଟ୍ରାକ୍ଟର (ନଂଜେଏଚ୍-୦୫ଏଭି-୫୩୫୫)ରେ ତିନି ଜଣ ଦ୍ରୁତଗତିରେ ଆସୁଥିଲା ବେଳେ ରାଞ୍ଚି-ବିଜୟବାଡା ୨୨୦ନଂ ଜାତୀୟ ରାଜପଥ ବହଳଦା ଥାନା ବାସିଙ୍ଗି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ରାସ୍ତା କଡ଼କୁ ଓଲଟି ପଡିଥିଲା। ଟ୍ରାକ୍ଟରରେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ତିନିଜଣଙ୍କ ମଧ୍ୟରୁ ସାନଭାଇର ମୃତ୍ୟୁ ହୋଇଥିଲା ବେଳେ ବଡ଼ଭାଇ ପଙ୍କଜ କାରୁଆ(୨୪) ଓ ବସନ୍ତ କାରୁଆ(୧୨) ନାବାଳକ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ଟ୍ରାକ୍ଟରର ଯିଏ ଚାଳକ ସେ ଆଜି ଛୁଟିରେ ଥିଲେ । ଏଣୁ ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୁକୁନ୍ଦ ଆଜି ଟ୍ରାକ୍ଟର ଚଳାଉଥିଲେ ।ତେବେ ତାଙ୍କର ଲାଇସେନ୍ସ ନଥିବା ଜଣାପଡ଼ିଛି । ବହଳଦା ପୋଲିସ ଘଟଣାସ୍ଥଳରେ ପହଚି ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର