ବୈଶିଙ୍ଗା:ଘନ ଘନ ଲଘୁଚାପ ବୃଷ୍ଟି ସତ୍ୱେ ଚଳିତ ପାର୍ବଣ ଋତୁରେ ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠିଥିବାବେଳେ ବେତନଟୀ ବ୍ଲକ ବୈଶିଙ୍ଗା ଅଞ୍ଚଳରେ ହୋଇଥିବା ଏକାଧିକ ପୂଜା ମଣ୍ଡପ ମଧ୍ୟ ହୋଇଉଠିଛି ଚଳଚଞ୍ଚଳ l ବୈଶିଙ୍ଗା ଅଞ୍ଚଳରେ ୨୦ରୁ ଅଧିକ ମଣ୍ଡପରେ ମା'ଙ୍କର ପୂଜା ଚାଲିଥିବାବେଳେ ପ୍ରତିକୂଳ ପାଗ ସତ୍ୱେ ପୂଜା ଡାଲା ନେଇ ବହୁସଂଖ୍ୟାରେ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା l ସେମିତି ସନ୍ଧ୍ୟାରେ ମଧ୍ୟ ମଣ୍ଡପ ଗୁଡିକରେ ବେଶ ଭିଡ଼ ଜମିଥିଲା ଲ

Advertisment

ଏହାରି ଭିତରେ ସବୁଠୁ ଆକର୍ଷଣୀୟ ଥିଲା ପାଟୁଳିପୁରା ପଞ୍ଚାୟତ ଅଧୀନ ଦାରିହା ଛକ ନିକଟସ୍ଥ ଆଞ୍ଚଳିକ ପୂଜା କମିଟି ଦ୍ୱାରା ଅନୁଷ୍ଠିତ ପୂଜା ମଣ୍ଡପ ନିକଟରେ ତିଆରି ହୋଇଥିବା ସେଲଫି ପୋଏଣ୍ଟ l ବିଶେଷ କରି ଯୁବକ ଯୁବତୀ ଓ ଛୋଟ ଛୋଟ ପିଲାମାନେ ସେହି ସେଲ୍ଫି ପୋଏଣ୍ଟ ନିକଟରେ ଛିଡା ହୋଇ ମୋବାଇଲରେ ଫୋଟ ଉଠାଉଥିବାର ଦୃଶ୍ୟ ଥିଲା ନିଆରା l ବେତନଟୀ ଓ ବୈଶିଙ୍ଗା ପୁଲିସ ପକ୍ଷରୁ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l 

ଅନ୍ୟପଟେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି ନିଜର ଏକାଧିକ ସଂଖ୍ୟକ ସମର୍ଥକଙ୍କୁ ନେଇ ସବୁ ପୂଜା ମଣ୍ଡପ ବୁଲି ମା' ଦୁର୍ଗାଙ୍କ ଆଶିଷ ଭିକ୍ଷା କରିବା ସହିତ କମିଟି ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ l