ବାଙ୍ଗିରିପୋଷି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଙ୍ଗିରିପୋଷି ଗସ୍ତ କାଳରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ପୁଣି ଏହି ଅଞ୍ଚଳବାସୀଙ୍କ ପାଇଁ ଭଲ ଖବର ଆସିଛି। ବଡ଼ବଡ଼ ସଡ଼କ ଦୁର୍ଘଟଣା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦ୍ବାରଶୁଣି ଘାଟି ରାସ୍ତାର ନବକଳବର ହେବ। ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ଦୁର୍ଘଟଣା ହ୍ରାସ ପାଇବାର ଆଶଙ୍କା ଦେଖାଯାଉଛି।
-ନଅ କିଲୋମିଟର ରାସ୍ତାକୁ ୧୯୬.୧୫ କୋଟି ଟଙ୍କା
-ଫେବ୍ରୁଆରି ୧୯ ପୂର୍ବରୁ ଟେଣ୍ଡର ଆହ୍ବାନ
-୨ ବର୍ଷ ୫ମାସ ମଧ୍ୟରେ ସରିବ ନିର୍ମାଣ କାମ
ଦ୍ବାରଶୁଣି ଘାଟିରାସ୍ତାର ୯.୧୯୮କିମିର ବେଶୀ ଚିନ୍ତାଜନକ ଥିବା ବେଳେ ଏହାକୁ କେନ୍ଦ୍ର ସରକାର ୪ଥାକିଆ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଧିବଦ୍ଧ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏଥିପାଇଁ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଜାନୁଆରି ତିନି ତାରିଖଠାରୁ ଫେବ୍ରୁଆରି ୧୯ ତାରିଖ ମଧ୍ୟରେ ଟେଣ୍ଡର ଆହ୍ବାନ କରାଯାଇଛି। ନିର୍ମାଣ କାମ ୨ ବର୍ଷ ୫ ମାସ ଭିତରେ ସାରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
/sambad/media/media_files/2025/01/07/9b2b1802-cb36-40b4-93ad-bb934ee444c3.jpg)
ଦ୍ବାରଶୁଣି ଘାଟିର ୯.୧୯୮କିମି ରାସ୍ତା କାମ ପାଇଁ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଜାନୁଆରି ତିନି ତାରିଖଠାରୁ ଫେବ୍ରୁଆରି ୧୯ ତାରିଖ ମଧ୍ୟରେ ଟେଣ୍ଡର ଆହ୍ବାନ କରାଯାଇଛି। ନିର୍ମାଣ କାମ ୨ ବର୍ଷ ୫ ମାସ ଭିତରେ ସାରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଶିମିଳିପାଳ ଟାଇଗର ରିଜର୍ଭ ଏରିଆର ବଫର ଜୋନ୍ ମଧ୍ୟରେ ଥିବା ଏହି ରାସ୍ତାରେ ପାଞଟି ହାତୀ ଅଣ୍ଡରପାସ୍ ଏବଂ ଚଉଦଟି ପ୍ରାଣୀ ଅଣ୍ଡରପାସ୍ ନିର୍ମାଣ ହେବ। ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ତଥା ମରଣଯନ୍ତା ସାଜିଥିବା ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ବାରମ୍ୱାର ଦାବି ହେଉଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଵତନ୍ତ୍ର ଦୃଷ୍ଟି ତଥା ଓଡ଼ିଶା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ, ବିଜେପି ବଶିଷ୍ଠ ନେତା ସଂଜୀବ ମହାନ୍ତିଙ୍କ ପ୍ରଚେଷ୍ଟା ଫଳରେ ଏହି ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ପୂର୍ବତନ ସାଂସଦ ବିଶେଶ୍ୱର ଟୁଡୁଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରାଯାଇଛି।
ଅନ୍ୟପକ୍ଷେ ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟି ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ପାଇଁ ନିଜର ଅନୁରୋଧ ରକ୍ଷା କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଧନ୍ୟବାଦ ଜଣାଇଛନ୍ତି। ତେବେ କାର୍ଯ୍ୟ କେଉଁ ଦିନ ଆରମ୍ଭ ହେବ ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/07/ffea09ca-00ff-4e59-988a-e2a7deaa8107.jpg)