ବାରିପଦା: ବାରିପଦା ସହରରେ ବେଆଇନ ରେଳ ଇ-ଟିକେଟି˚ କରୁଥିବା ଅଭିଯୋଗରେ ଖଡ଼ଗପୁର ରେଳ ବିଭାଗର ଟାକ୍ସଟିମ ଓ ବାରିପଦା ରେଲେୱ ପୋଲିସ ପକ୍ଷରୁ ଗୁରୁବାର ଅତର୍କିତ ଚଢ଼ଉ କରାଯାଇ ବାରିପଦା ସହର ପ୍ୟାରେଡ୍ ପଡିଆ ୱାର୍ଡନମ୍ବର ୧୦ ଅଞ୍ଚଳର ଆଶିଷ କୁମାର ପଣ୍ତା(୫୯)ଙ୍କୁ ଗିରଫ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଶ୍ରୀ ପଣ୍ତା ରେଲେୱ ବିଭାଗରୁ ଆଇଆର୍ସିଟିସି ଲାଇସେନ୍ସ ମାଧ୍ୟମରେ କମର୍ସିଆଲ ରେଲେୱ ଇ-ଟିକେଟି˚ ପାଇଁ ଲାଇସେନ୍ସ ପାଇଥିଲେ। ମାତ୍ର ଶ୍ରୀ ପଣ୍ତା ବାରିପଦା ସହର କଚେରି ରୋଡ ନିକଟରେ ପଣ୍ତା ଜେରକ୍ସ ନାମରେ ଏକ ଦୋକାନ ଖୋଲି ଏଠାରେ କମର୍ସିଆଲ ଇ-ଟିକେଟି˚ କରିବା ବଦଳରେ ୧୦ ଟି ପ୍ରାଇଭେଟ ଆକାଉଣ୍ଟ ଖୋଲି ଲୋକଙ୍କୁ ଟିକେଟ ପ୍ରଦାନ କରୁଥିଲେ। ଏ ନେଇ ରେଳ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଗୁରୁବାର ଖଡ଼ଗପୁର ଆରପିଏଫ୍ର ଏକ ଟାକ୍ସଟିମ ପଣ୍ତା ଜେରକ୍ସରେ ଚଢ଼ଉ କରି ଏକ କମ୍ପ୍ୟୁଟରକୁ ଜବତ୍ କରିବା ସହ ବେଆଇନ ଭାବେ ୮୮ ହଜାର ୯ ଶହ ୨୦ ଟଙ୍କାର ପ୍ରାଇଭେଟ ଇ-ଟିକେଟି˚ କାରବାର ହୋଇଥିବା ସନ୍ଧାନ ପାଇଥିଲା। ଏନେଇ ରେଲେୱ ବିଭାଗରେ ୧୪୩ ରେଲେୱ ଆଇନ ଅନୁଯାୟୀ ୨୭/୧୮ରେ ମାମଲା ରୁଜୁ କରି ଶ୍ରୀ ପଣ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବାରିପଦା ରେଲେୱ ଇନ୍ସପେକ୍ଟ୍ଟର ଅମିତ କୁମାର ଓ ଖଡ଼ଗପୁର ଆରପିଏଫ ଟାକ୍ସଟିମ ଇନ୍ସପେକ୍ଟର ଆରପି ଜେସାଲଙ୍କ ନେତୃତ୍ବରେ ସବଇନ୍ସପେକ୍ଟର ବିବି ଛେତ୍ରୀ ଓ ଏକେ ଦାସ ପ୍ରମୁଖଙ୍କ ସହ ଆରପିଏଫ କର୍ମଚାରୀମାନେ ଚଢଉରେ ସାମିଲ ଥିଲେ।
ଇ-ଟିକେଟ୍ ବୁକିଂରେ ଜାଲିଆତି; ଜଣେ ଗିରଫ
/sambad/media/post_attachments/wp-content/uploads/2018/11/mayur30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)