ରାଇରଙ୍ଗପୁର: ପୂର୍ବାଞ୍ଚଳ ଡିଆଇଜି(ବାଲେଶ୍ୱର) ପିନାକ ମିଶ୍ର ମଙ୍ଗଳବାର ରାଇରଙ୍ଗପୁର ପୁଲିସ ଜିଲ୍ଲା ଗସ୍ତ କରିଛନ୍ତି। ପୁଲିସ ଜିଲ୍ଲା ଘୋଷଣା ପରେ ଡିଆଇଜିଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଆରକ୍ଷୀ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିବା ନେଇ ଚୁଡାନ୍ତ ପର୍ଯ୍ୟାୟରେ ଚାଲିଛି ଜୋରଦାର୍ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ମିଳିଛି। ରାଜ୍ୟ ସରକାର ରାଇରଙ୍ଗପୁର ପୁଲିସ ଜିଲ୍ଲା ଘୋଷଣା ପରେ ଜିଲ୍ଲା ପ୍ରଶାସନ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Advertisment

ଅଳ୍ପ ଦିନ ମଧ୍ୟରେ ଏସ୍‌ପିଙ୍କ କାର୍ଯ୍ୟଭାର

ତେବେ ଅଳ୍ପ ଦିନ ମଧ୍ୟରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ପ୍ରସ୍ତୁତି ଚାଲିଛି। ଏସପିଙ୍କ କାର୍ଯ୍ୟ ଭାର ଗ୍ରହଣ କରିବା ନେଇ ମଙ୍ଗଳବାର ଅସ୍ଥାୟୀ କାର୍ଯ୍ୟଳୟ ନିର୍ମାଣ ପୂର୍ବରୁ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଛନ୍ତି ଡିଆଇଜି ଶ୍ରୀ ମିଶ୍ର। ତେବେ ସେ ପ୍ରଥମେ ରାଇରଙ୍ଗପୁର ଏସଡିପିଓ କାର୍ଯ୍ୟାଳୟ ଆସିବାପରେ ଏସପି ରେକର୍ଡ ରୁମ, ଏସପିଙ୍କ କାର୍ଯ୍ୟାଳୟ, ହୋମଗାର୍ଡ କାର୍ଯ୍ୟାଳୟ, ପୁଲିସ ବ୍ୟାରେକ ଏବଂ ଏସପିଙ୍କ ନିମନ୍ତେ ବାସସ୍ଥଳି ପ୍ରଭୃତି ପରିଦର୍ଶନ କରିଛନ୍ତି। ଏହି ରିପୋର୍ଟ ପୁଲିସ ବିଭାଗର ଉଚ୍ଚସ୍ତରୀୟ ପଦାଧିକାରୀ ପାଖକୁ ପଠାଇବା ପରେ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର।

ଆହୁରି ପଢ଼ନ୍ତୁ: What is Debt/Equity Swap: ଡେଟ୍‌/ ଇକ୍ବିଟି ସ୍ବାପ୍‌ କ’ଣ?

ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ଗସ୍ତ ପୂର୍ବରୁ ନୂଆ ଏସ୍‌ପି

ଡିଆଇଜିଙ୍କ ଗସ୍ତଙ୍କ ସମୟରେ ମୟୂରଭଂଜ ଏସପି ବରୁଣ ଗୁଣ୍ଠୁପାଲି, ରାଇରଙ୍ଗପୁର ଏଏସ୍‌ପି ଯଦୁନାଥ ଜେନା, ଏସ୍‌ଡିପିଓ ଗକୁଳାନନ୍ଦ ସାହୁଙ୍କ ସମେତ ବାମନଘାଟି ଉପଖଣ୍ଡର ସମସ୍ତଥାନାର ଥାନା ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ ଆସନ୍ତା ଡିସେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ହେବ ବୋଲି ସୂଚନା ମିଳିଛି। ଏଣୁ ତା ପୂର୍ବରୁ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ନୂତନ ଏସପି ନିଯୁକ୍ତ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ