ଶିମିଳିପାଳରେ ମୃତ ହାତୀ ଶାବକ ଉଦ୍ଧାର : ଆନ୍ଥ୍ରାକ୍ସ ଜନିତ ମୃତ୍ୟୁ

ଯଶିପୁର :  ଯଶିପୁର ଠାରୁ ୧୮ କିମି ଦୂର ଶିମିଳିପାଳ ବନାଞ୍ଚଳ ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟ ଇଲାକାରେ ଆଜି ଏକ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଥିଲା ।

ଯଶିପୁର ଜାତୀୟ ଉଦ୍ୟାନ ରେଞ୍ଜ କାର୍ଯ୍ୟାଳୟରେ ଏ ଖବର ପହଞ୍ଜିବା ପରେ ରେଞ୍ଜ ଅଧିକାରୀ, ଏସିଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଶିଶୁ ହାତୀ ଛୁଆର ବୟସ ୨/୩ ବର୍ଷ ହେବାର ଜଣlପଡିଛି । ଯଶିପୁର ବ୍ଲକର ଭିଏଏସ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ କରି ଥିଲେ । ହାତୀ ଶାବକର ମୃତ୍ୟୁ ଆନ୍ଥ୍ରାକ୍ସ ଜନିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l ତେଣୁ ମୃତଦେହକୁ ବ୍ୟବଚ୍ଛେଦ ପରେ ପୋଡି ଦିଆ ଯାଇଥିବାର ସୂଚନା ମିଳିଛି l ହାତୀ ଶାବକର କିଭଳି ଭାବେ ସେଠାକୁ ଆସି ମୃତ୍ୟୁୂବରଣ କଲା ସେ ନେଇ ସୁବିସ୍ତୃତ ବିବରଣୀ ମିଳି ପାରି ନାହିଁ l

ସମ୍ବନ୍ଧିତ ଖବର