ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନା ଧରୁନିl ପୁଣି ଗୁରୁବାର ବିଳମ୍ବିତ ରାତିରେ ଏକ ବଣୁଆ ଗୋଠ ଛଡ଼ା ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ପଶି ଆସି ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର କୁରାଢ଼ୀକ ଗ୍ରାମରେ ଘର ଭାଙ୍ଗିଦେବା ସହିତ ବ୍ୟାପକ ଧାନଚାଉଳ ଖାଇ ନଷ୍ଟ କରିପକାଇଛିl ଉକ୍ତ ଗ୍ରାମର ଦୀନବନ୍ଧୁ ମହାନ୍ତଙ୍କ ଘର ଭାଙ୍ଗିବା ସହିତ ଘରେ ଗଛିତ ଥିବା ଧାନ, ଚାଉଳ ମଧ୍ୟ ଖାଇଯାଇଛିl
ତେବେ ଦୀନବନ୍ଧୁ ନିଜ ବୁଢ଼ୀ ମାଆ, ସ୍ତ୍ରୀ ଓ ୭ବର୍ଷର ପୁଅକୁ ନେଇ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧ଟା ସମୟରେ ଗାଁରେ ପଶି ତାଙ୍କ ଘର ଭାଙ୍ଗିଥିଲା l ତେବେ ଘର ଭିତରେ ଶୋଇଥିବା ତାଙ୍କ ପରିବାର ହାତୀ ଆସିବା ଶବ୍ଦ ଶୁଣି ଭୟଭୀତ ହୋଇ ଘରୁ ବାହାରି ଦୌଡ଼ି ପଳାଇ ଯାଇ ନିଜ ଜୀବନ ବଞ୍ଚାଇଥିଲେl
ତେବେ ଖବର ପାଇ ଗତକାଲି ରାତିରେ ବନବିଭାଗ ପକ୍ଷରୁ ଗଜସାଥୀ ସଚ୍ଚିଦାନନ୍ଦ ମହାନ୍ତ ଓ ସ୍ଥାନୀୟ ଲୋକ ହାତୀକୁ ଗାଁରୁ ଘୋଉଡ଼ାଇବା ସହିତ ତା ଉପରେ ସମ୍ପୂର୍ଣ ନଜର ରଖି କେମିତି ଆଉ ଅଧିକ ଧନଜୀବନ ନଷ୍ଟ ନହେବ ସେଥିପ୍ରତି ସଜାଗ ରହିଥିଲେl ତେବେ କୁରାଢ଼ିକ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଗରିବ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ ଦୋହଲାଇ ଦେଇଛିl ଅନ୍ୟପଟେ ବନବିଭାଗ ପକ୍ଷରୁ ଉଚିତ ସମୟରେ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛିl
Elephant | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/03/baisinga-2025-10-03-21-46-42.jpg)