ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଆଜି ଭୋର ଚାରିଟା ସମୟରେ ନାକୀଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲରୁ ଗୋଟେ ମାଈ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି।
ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂଙ୍କ ସୂଚନା ମୁତାବକ ମାଈହାତୀଟିର ବୟସ ଛଅରୁ ସାତ ବର୍ଷ ଥିବାବେଳେ ଆଜି ଭୋର ଚାରିଟାରୁ ପାଞ୍ଚଟା ସମୟରେ ବିଦ୍ୟୁତ୍ ତାରରେ ଝଟକା ଖାଇ ହାତୀଟି ମରି ପଡିଥିଲା। ତେବେ ଘଟଣାସ୍ଥଳରେ ବର୍ତ୍ତମାନ ଫରେଷ୍ଟର ଅଶୋକ ମାଝୀ ଏବଂ ରେଞ୍ଜର ଘନଶ୍ୟାମ ସିଂ ଥିବାବେଳେ ଜିଲ୍ଲା ବନ ଅଧିକାରୀ ଏ ଉମା ମହେଶ ଏବଂ ଏସ ସିଏଫ ରବିନାରାୟଣ ମହାନ୍ତି ଘଟଣାସ୍ଥଳକୁ ଆସୁଥିବାର ଶ୍ରୀ ସିଂ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/elephant-1.jpg)