କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଗତ ୨୦ ଦିନ ହେଲାଣି ଏକ ୨୨ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ପଶି ଉପଦ୍ରବ ଚଳାଇଛନ୍ତି। ସେମାନେ ବ୍ୟାପକ ଧାନ ଫସଲ ଖାଇବା ତଥା ନଷ୍ଟ କରିବା ସହ ପ୍ରାୟ ୧୦ଟି ଘର ଭାଙ୍ଗିସାରିଲେଣି। ବନ ବିଭାଗ ସେମାନଙ୍କୁ ଯେତେ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ ବି ସଫଳ ହୋଇପାରୁନି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏଇଭିତରେ ଆଜି ହାତୀଙ୍କୁ ନେଇ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଦରି ପଞ୍ଚାୟତ ତଟାସାହି ଅଞ୍ଚଳରେ କିଛି ଗୋରୁ ଚରୁଥିଲେ। ଏହି ସମୟରେ ଫସଲ ଖାଇବାକୁ ଆସିଥିବା ଉକ୍ତ ହାତୀପଲ ଗୋରୁପଲରେ ପଶିଯାଇଥିଲା। ତେବେ ଗୋରୁମାନେ ନ ଡରି ହାତୀମାନଙ୍କ ସହ ଦୌଡ଼ାଦୌଡ଼ି କରିଥିଲେ। ଯାହା ଦେଖଣାହାରୀଙ୍କ ପାଇଁ ବେଶ୍ କୌତୁକିଆ ଥିଲା।
ଗୋରୁଗୋଠରେ ପଶିଲା ହାତୀପଲ
/sambad/media/post_attachments/wp-content/uploads/2020/11/elephant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)