ବେତନଟୀରେ ୬୨ଟିକିଆ ହାତୀପଲ: ଛୁଆ ଜନ୍ମ କଲା ମାଈ ହାତୀ

ବେତନଟୀ/ବୈଶିଙ୍ଗା: ଗୁରୁବାର ରାତିରେ ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ଜଙ୍ଗଲରେ ଗୋଟେ ମାଈ ହାତୀ ଛୁଆ ଜନ୍ମ କରିଛି । ମା ଓ ଛୁଆ ହାତୀକୁ ସୁରକ୍ଷା ଦେବାକୁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି।

ସୂଚନା ମୁତାବକ ବିଗତ  ୧୦ ଦିନ ପୂର୍ବରୁ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ଓଡିଶା ଭିତରକୁ ପ୍ରବେଶ କରି ଚାରିଆଡେ ଖେଳି ଯାଇଥିଲେ। ହେଲେ ସେହି ଭିତରୁ ଗତ ଗୋଟିଏ ସପ୍ତାହ ଧରି ଧରି ଏକ ୬୨ଟିକିଆ ହାତୀପଲ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ନଡ଼ପୁର ଜଙ୍ଗଲ ଓ କ୍ଷୀରପଦା ଜଙ୍ଗଲରେ ରହି  ବ୍ୟାପକ ଉପଦ୍ରଵ କରୁଛନ୍ତି।

ଆଜି ପୁଣି ୭ ଦିନର ବ୍ୟବଧାନ ପରେ ପୁଣି ହାତୀ ପଲରେ ଜଣେ ନୂଆ ସଦସ୍ୟ ଆସିଛି। ଗୁରୁବାର ରାତିରେ କ୍ଷୀରପଦା ଜଙ୍ଗଲ ଭିତରେ ଏକ ଗାଉଁଲି ରାସ୍ତା ପାର୍ଶ୍ୱରେ ଏକ ହାତୀ ଛୁଆ ଜନ୍ମ କରିଛି । ମା ଓ ଛୁଆ ହାତୀକୁ ସୁରକ୍ଷା ଦେବାକୁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି। ପୁଣି ଶାବକ ହାତୀ ସମ୍ପୂର୍ଣ୍ଣ ଭାବେ ନଚାଲିବା ପର୍ଯ୍ୟନ୍ତ ହାତୀପଲ ଉକ୍ତ ଜଙ୍ଗଲ ଛାଡ଼ି  ଯିବାର ସମ୍ଭାବନା ମଧ୍ୟ ନାହିଁ।  ହାତୀପଲ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି। ହାତୀ ପଲରେ ଛୁଆ ହାତୀ ଥିବାରୁ ସେମାନେ ଆକ୍ରମଣାତ୍ମକ ଢଙ୍ଗରେ ଅଛନ୍ତି ଓ ଲୋକଙ୍କୁ ହାତୀପଲ ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। କ୍ଷୀରପଦା ଅଞ୍ଚଳରେ ହାତୀପଲକୁ ନେଇ ଏକ ପ୍ରକାର ଭୟର ବାତାବରଣ ଦେଖା ଦେଇଛି।

ସମ୍ବନ୍ଧିତ ଖବର