ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଡଙ୍ଗାପାଣି ଗ୍ରାମରେ ଧାନ ଅମଳ ମେସିନରେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଚନ୍ଦ୍ରମହୋନ ପୂର୍ତି।
ଡଙ୍ଗାପାଣି ଗ୍ରାମର ଚାଷୀ ଜାଇରା ପୂର୍ତିଙ୍କ ପୁଅ ଚନ୍ଦ୍ର ମହୋନ ପୂର୍ତି ଧାନ ଅମଳ ମେସିନରେ ଧାନ ଅମଳ କରୁଥିବା ସମୟରେ ହଠାତ୍ ମେସିନଟି ତାଙ୍କ ଉପରେ ଓଲଟି ପଡ଼ିଥିଲା। ସେ ବହୁ ସମୟ ଧରି ମେସିନରେ ଚାପି ହୋଇରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତ୍ତି କରାଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋରୁମହିଷାଣୀ ଥାନାଅଧିକାରିଣୀ ବବିତାରାଣୀ ପୁହାଣ ହସ୍ପିଟାଲ ପହଂଚି ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଗୋରୁମହିଷାଣୀ ଥାନାରେ କେସ୍ ନଂ ୨୫/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)