ବଡ଼ ଦୁଃଖଦ ଘଟଣା: ମାମୁ ଘରୁ ଦୁଇ ପୁଅକୁ ନେଇ ଫେରୁଥିବା ବେଳେ ଅଧ ବାଟରେ ଚାଲିଗଲା ବାପାର ଜୀବନ

ବାଙ୍ଗିରିପୋଷି : ବାଙ୍ଗିରିପୋଷି-କଳାବାଡିଆ ଏମଡିଆର ୪୫ ଦଶରାପଦା ଛକ ନିକଟରେ ଆଜିକୁ ଦୁଇ ଦିନ ହେବ ଲଗାତାର ଦୁର୍ଘଟଣା ଘଟି ଚାଲିଛି। ମଙ୍ଗଳବାର ସକାଳ ସମୟରେ ଜଣେ ମଟର ସାଇକେଲ ଆରୋହୀ ଭାରସାମ୍ୟ ହରାଇ ଗାଡ଼ିରୁ ରାସ୍ତାରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କର ଦୁଇ ପୁଅ।

ସୂଚନାଯୋଗ୍ୟ, ମାମୁ ଘରେ ଥିବା ଦୁଇ ପୁଅକୁ ନେବାପାଇଁ ସାରସକଣା ବ୍ଲକ ବାଲିଆସାହି ଗ୍ରାମର କଂଦା ସିଂ (୩୨) ବାଙ୍ଗିରିପୋଷି ହାଣଦା ବ୍ରଜ ସିଂ (୬୦) ଘରକୁ ଆସିଥିଲେ। ବିଧିର ବିଧାନ ଥିଲା ଅଲଗା। ହାଣଦା ଗ୍ରାମ ଶଶୁର ଘରୁ ସକାଳ ଆଠଟା ସମୟରେ କଂଦା ସିଂ ନିଜର ବାଇକ ଓଡି ୧୧କିୟୁ- ୮୦୭୫ ଯୋଗେ ୨ ପୁଅ ଜିତୁ ସିଂ( ୧୨), ଆକାଶ ସିଂ( ୮) ନେଇ ଘରକୁ ଯାଉଥିଲେ। ଏହି ସମୟରେ ଦସରାପଦା ଛକରେ ଭାରସାମ୍ୟ ହରାଇ ମଟର ସାଇକେଲରୁ କଂଦା ସିଂ ପଡି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଥିବା ବେଳେ ଦୁଇ ବାଳକ ପାଖା ପାଖି ୩୦ ଫୁଟ ଦୂରକୁ ଛିଟିକି ପଡିଥିଲେ।

21 deaths in a day in Gujarat; Covid patient 'jumps to death' in ...
The Indian Express

ବଡ ପୁଅ ଆକାଶର ଗୋଡରେ ଆଘାତ ଲାଗିଥିବା ବେଳେ ସାନ ପୁଅ ପୁରା ସୁରକ୍ଷିତ ରହିଥିଲା। ଘଟଣାସ୍ଥଳରୁ ବାପ ଓ ଦୁଇ ପୁଅକୁ ସଙ୍ଗେ ସଙ୍ଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନୀୟଲୋକେ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର କଂଦା ସିଂଙ୍କୁ ମୃତ ଘୋଷଣା କରିଥିଲେ।

ଦୁଇ ପୁଅ ସମ୍ମୁଖରେ ବାପର ଜୀବନ ଯାଇଥିବା କରୁଣ ଦୃଶ୍ୟକୁ ଦେଖିଥିବା ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ବାଙ୍ଗିରିପୋଷି ଥାନାରେ ଏ ବାବଦରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ତଦନ୍ତ ଜାରି ରହିଛି। ପୁଲିସ ଶବ ବ୍ୟବଚ୍ଛେଦ କରିବା ସହିତ ବାଇକକୁ ଜବତ କରିଛି। ବାଙ୍ଗିରିପୋଷି ପଞ୍ଚାୟତ ହାଣଦା ଗ୍ରାମ ସହିତ ସାରସକଣା ବ୍ଲକ ବାଲିଆସାହିରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର