ଓପିଟିସିଏଲ ଗ୍ରୀଡ ସବଷ୍ଟେସନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

ରାଉରକେଲା: ପାୱାର ହାଉସ ରୋଡ଼ ନିକଟ ଓପିଟିସିଏଲ ବିଦ୍ୟୁତ ଗ୍ରୀଡ ସବ ଷ୍ଟେସନରେ ଆଜି ଅପରାହ୍ନ ପ୍ରାୟ ୧ଟା ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଛି । ବିଦ୍ୟୁତ ଯୋଗାଣ କାମରେ ଲାଗୁଥିବା ଏକ ବଡ଼ ଟ୍ରାନ୍ସଫର୍ମର ସହ ଅନେକ ଯନ୍ତ୍ରପାତି ନିଆଁରେ ପୋଡ଼ିଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ଥିବାରୁ ବଡ଼ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏଠାରୁ ସହରରୁ ବିଭିନ୍ନ ଅଞ୍ଚଳକୁ ବିଜୁଳି ଯୋଗାଣ ହୋଇଥାଏ l

ସମ୍ବନ୍ଧିତ ଖବର